ବାଲିଆପାଳ – ଶନିବାର ପୂର୍ବାହ୍ନରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୋୖମୁଖ ଠାରେ ଲଙ୍ଗଳେଶ୍ୱର ବନବିଭାଗ ଦ୍ଵାରା ପଞ୍ଚମ ପର୍ଯ୍ୟାୟ ରେ ୭୬ଟି ଅଲିଭ ରିଡଲେ କଇଁଛ ଶାବକ ସମୁଦ୍ର ରେ ଛଡ଼ା ଯାଇଛି । ବାଲିଆପାଳ ବ୍ଲକର ଚୋୖମୁଖ ସମୁଦ୍ର ବେଳାଭୂମି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା ଦାନ ପାଇଁ ଉପଯୁକ୍ତ ଜାଗା ହୋଇଥିବାରୁ କଇଁଛ ମନେ ଉକ୍ତ ଅଞ୍ଚଳରେ ଅଣ୍ଡା ଦେଇ ସମୁଦ୍ରକୁ ପଳାଇଥାନ୍ତି । କଇଁଛ ମାନେ ପର୍ଯ୍ୟାୟ କ୍ରମେରେ ଏଠାକୁ ଆସି ଅଣ୍ଡା ଦେଉ ଥିବାରୁ ଲଙ୍ଗଳେଶ୍ବର ବନବିଭାଗ ସମୁଦ୍ର କୂଳ ରୁ ବିଭିନ୍ନ ପର୍ଯ୍ୟାୟ ରେ ଅଣ୍ଡା ସଂଗ୍ରହ କରି ସେଗୁଡିକୁ ଚୋୖମୁଖ ଠାରେ ଥିବା ଅସ୍ଥାୟୀ ହେଚେରୀ ରେ ୫୨ଦିନ ରଖିବା ପରେ ଚିଆଁ ସୃଷ୍ଟି କରି ସମୁଦ୍ର ରେ ଛାଡନ୍ତି। ଶନିବାର ସକାଳ ସମୟରେ ଚାନ୍ଦିପୁର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଲଙ୍ଗଳେଶ୍ୱର ବନବିଭାଗ ର ହୃଷିକେଶ ପ୍ରଧାନ, ସମାଜସେବୀ ବେଣୁଧର ରଣିଜିତ,ରାଜେଶ ଚୌଧୁରୀ, ବଂଶୀଧର ବାଗ , ବାଲିଆପାଳ ବ୍ଲକ ର ପୂର୍ବତନ ଚେୟାରମେନ ବିଜନ ନାୟକ,୨୪ ନମ୍ୱର ଜିଲ୍ଲା ପରିଷଦ ଜୁନ ର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ ଙ୍କ ଉପସ୍ଥିତିରେ ଅଲିଭ ରିଡଲେ କଇଁଛ ଛୁଆମାନଙ୍କୁ ସମୁଦ୍ରରେ ଛଡା ଯାଇଥିଲା। ସମୁଦ୍ର କୂଳରେ ଛଡା ଯାଉଥିବା କଇଁଛ ଛୁଆ ମାନେ ସମୁଦ୍ର ର ଗର୍ଜନ ଶବ୍ଦ କୁ ଶୁଣି ସମୁଦ୍ର ଜଳ ଭିତରକୁ ଧିରେ ଧିରେ ଯାଉଥିବା ବେଳେ ସମୂଦ୍ର ଢେ଼ଉ ସେମାନଙ୍କୁ ସମୁଦ୍ର ଭିତରକୁ ଭସେଇ ନେଇଥିବାର ଦୃଶ୍ୟ ଖୁବ ମନୋରମ ଥିବା କଥା ପୁର୍ବତନ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ କହନ୍ତି।