ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନର ଖାମଖିଆଲି ନୀତି ସୁବର୍ଣ୍ଣରେଖା ବନ୍ଦରର ନିର୍ମାଣରେ ବାଧକ ସାଜିଛି । କେବେ ହେବ ଜନଶୁଣାଣି।

ବାଲିଆପାଳ –  ଦକ୍ଷିଣ ବାଲିଆପାଳ ର ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର କୁ ନେଇ ଅଞ୍ଚଳବାସୀ ଏବେବି ଅନ୍ଧାରରେ । ବନ୍ଦର କର୍ତୁପଖ୍ୟ ଟାଟା କମ୍ପାନୀ ବନ୍ଦର ପାଇଁ ସଡ଼କ ଓ ରେଳପଥ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ କରୁଥିବା ବେଳେ ନିଯୁକ୍ତି ଓ ସ୍ବାସ୍ଥ୍ୟ   ସେବା ପାଇଁ ଅଞ୍ଚଳରେ ପ୍ରୟାସ ଆରମ୍ଭ କରିଛନ୍ତି  । ଜନଶୁଣାଣି ନ ହେବାରୁ ବନ୍ଦର ପାଇଁ ଅଞ୍ଚଳବାସୀ ବିରୋଧ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନ ର ଟାଳଟୁଳ ନୀତି ପାଇଁ  ସୁବର୍ଣ୍ଣରେଖା ବନ୍ଦର ବାଲିଆପାଳ ପାଇଁ ବିକାଶ ର ଚାବିକାଠି ନ ହୋଇ ଆଣିବ ବିନାଶ। ୨୦୦୮ମସିହାରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖ ସମୁଦ୍ର ମୁହାଣ ରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚେନ୍ନାଇ କ୍ରିଏଟିଭ ପୋର୍ଟ ସହିତ ଚୁକ୍ତି ହେବା ପରେ ପରିବେଶ ମଞ୍ଜୁରୀ ଓ ସ୍ଥାନୀୟ ଲୋକଙ୍କ ବିରୋଧ ପାଇଁ ବନ୍ଦର ନିର୍ମାଣ ପ୍ରକ୍ରିୟା ଶୀତଳ ଭଣ୍ଡାରରେ ରହିଯାଇଥିଲା। ୨୦୧୯ ରେ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ ମିଳିବା ଓ ଟାଟା କମ୍ପାନୀ ବନ୍ଦର ନିର୍ମାଣ ରେ  ଅନୁବନ୍ଧିତ ହେବା ପରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵର ଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ ର ଶିଳାନ୍ୟାସ କରିଥିଲେ ।ପାଞ୍ଚହଜାର କୋଟି ଟଙ୍କା ବ୍ୟୟରେ ପୂର୍ବ ଭାରତର ସର୍ବ ବୃହତ୍ତମ ଓ ଗଭୀର ତମ ବନ୍ଦର ହେବ ଏବଂ ଏଠାରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବରେ ଦଶ ହଜାର ରୁ ଅଧିକ ନିଯୁକ୍ତି ସହିତ ସ୍ଥାନୀୟ ଅଞ୍ଚଳର ଏହା ଅର୍ଥନୈତିକ ବିକାଶର ସାରଥୀ ହେବ ବୋଲି ଚର୍ଚା ଚାଲିଥିବା ବେଳେ ବନ୍ଦର ବିରୋଧୀ ଉପକୂଳ  ଭିଟାମାଟି ସୁରକ୍ଷା ମଞ୍ଚ ଏହାକୁ ତୀବ୍ର ବିରୋଧ କରିଆସୁଛି। ପ୍ରସ୍ତାବିତ ବନ୍ଦର ଅଞ୍ଚଳର ଛଅ ଟି ପଞ୍ଚାୟତର ଷାଠିଏ ହଜାର ଲୋକ ବିସ୍ଥାପିତ ହେବେ ଓ ଶଶ୍ଯ ଶ୍ୟାମଳା ଉର୍ବର ଦୋ ଫସଲି ମାଟି ଚାଲିଯିବା ଭୟରେ ଆଜି ମଧ୍ୟ ଜୋରଦାର ସଂଗ୍ରାମ ଚାଲୁ ରହିଛି । ବିରୋଧୀଙ୍କ ମତରେ ଏଠାରେ ବନ୍ଦର ନ କରି କ୍ରୁଷି ଭିତ୍ତିକ ଶିଳ୍ପ କରାଗଲେ ସାଧାରଣ ଲୋକେ ଊପକ୍ରୁତ ହେବେ । ନିଜ ଦେହରେ ରକ୍ତ ଥିବା ଯାଏ ବନ୍ଦର କରିବାକୁ ଦିଆଯିବ ନାଁହି ବୋଲି ଲଢେଇ ଜାରି ରଖିଛନ୍ତି । ତେବେ ଯଦି ବନ୍ଦର ପାଇଁ କେହି ବିସ୍ଥାପିତ ନ ହେବେ ଇଂଚେ ବ୍ୟକ୍ତିଗତ ମାଲିକାନାରେ ଥିବା ଜମି ଅଧିଗ୍ରହଣ ହେବ ନାଁହି ତେବେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରୀ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରୁ ନାହାନ୍ତି କାହିକି?? କାହିକି ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି ରାଜ୍ୟ ସରକାର ଓ ବାଲେଶ୍ଵର ଜିଲ୍ଳା ପ୍ରଶାସନ ଦୀର୍ଘ ଏକ ଦସଂଦ୍ଧି ପରେ ପ୍ରସ୍ତାବିତ ବନ୍ଦର  ଅଞ୍ଚଳରେ ଏବେ ଯୁବକ ଯୁବତୀ ମାନେ ଚାକିରି ଆଶାରେ ବନ୍ଦର ସପକ୍ଷ ରେ ଆନ୍ଦୋଳନ କୁ ବାହାରିଛନ୍ତି । ବନ୍ଦର ହେଲେ ବିକାଶ ହେବ, ନିଯୁକ୍ତି ମିଳିବ, ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବନି । ଏବାବଦରେ ମୁଖ୍ୟ ମନ୍ତ୍ରୀ କଥା ଦେଇ କଥା ରଖନ୍ତୁ ବୋଲି ପ୍ରଶାସନ ନିକଟରେ ଦାବୀ ଜୋରଦାର ହେଉଛି ।ଅନ୍ୟ ପଟେ ଟାଟା କମ୍ପାନୀ ଏବେ ବନ୍ଦର ପାଇଁ ସଡ଼କ ଓ ରେଳପଥ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ କାମ ଜାରି ରଖିଥିବା ବେଳେ  ଗତ ବୁଧବାର ଟାଟା ଗ୍ରୁପର ସୁବର୍ଣ୍ଣରେଖା ବନ୍ଦର ସିଇଓ  ପ୍ରକାଶ ସିଂ ବନ୍ଦର ଅଞ୍ଚଳ ବୁଲିବା ସହିତ ବିରାଟ ସ୍ବାସ୍ଥ୍ୟ ମେଳା ଉଦଘାଟନ କରି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବାର୍ତ୍ତାଳାପ କରିଥିଲେ।ତେବେ  ବନ୍ଦର ହେଲେ କେହି ବିସ୍ଥାପିତ ହେବେନି କିମ୍ବା କାହାରି ଜମି ଯିବନାହିଁ। ବନ୍ଦର ସମ୍ପୂର୍ଣ ଭାବରେ ସମୁଦ୍ର ଭିତରେ ହେବ। ଏହାକୁ ନେଇ  ତାଙ୍କ କଥାରେ ଅଞ୍ଚଳବାସୀ ବିଶ୍ଵାସ କରୁ ନଥିବା ବେଳେ ଜିଲ୍ଳା ପ୍ରଶାସନ କାହିଁକି ଚୁପ ରହିଛନ୍ତି ତାହା ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚାର ବିଷୟ ପାଲଟିଛି।ସ୍ଥାନୀୟ ଅଞ୍ଚଳବାସୀଙ୍କ ଧାର୍ଯ୍ୟ ଚ୍ଯୁତି ହେବା ପୂର୍ବରୁ  ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତଥା ବନ୍ଦର କର୍ତୁପକ୍ଷ ଆଲୋଚନା ଓ ଜନଶୁଣାଣି ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କଲେ  ବନ୍ଦର ପାଇଁ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ନ ହେଲେ ଏହା ବିନାଶ ର କାରଣ ହୋଇଯିବ।  ତେବେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ସାହୁ ଓ ବନ୍ଦର ଅଧିକାରୀ ପ୍ରକାଶ ସିଂ ଖୁବ ଶୀଘ୍ର  ଜନ ଶୁଣାଣି  ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଜନ ଶୁଣାଣି ମାଧ୍ୟମରେ ବନ୍ଦର ହେଲେ ସ୍ଥାନୀୟ ଲୋକଙ୍କ ର କିଛି ଅସୁବିଧା ନାହିଁ ବୋଲି ପ୍ରସ୍ତାବିତ ବନ୍ଦର ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି। ପ୍ରଶାସନ ଓ ଅଞ୍ଚଳ ବାସୀଙ୍କ ଛକା ପଞ୍ଝା ରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଆଈମା କାହାଣୀ ହୋଇ ଯିବନି ତ?

Leave A Reply

Your email address will not be published.