ପାଟକୁରା(ନି. ପ୍ର ) ପାଟକୁରା ପଂଚାୟତ ରେ ବର୍ଷା ଦିନେ ଜଳ ନୁଷ୍କାସନ ସମସ୍ୟା ଯୋଗୁଁ ସ୍ଥାନୀୟ ଅଧିବାସୀ ନାନାଦି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି.
ବର୍ଷା ଦିନ ରେ ବର୍ଷା ପାଣି ଜମିରହିବା ଫଳରେ ପାଟକୁରା ବଜାର ସମେତ ଦଳିତ ସାହି,ଗୌଡ଼ ସାହୀ ର ପାଖାପାଖି 150 ଅଞ୍ଚଳ ବାସି ଜଳ ବନ୍ଦୀ ଜୀବନ କାଟୁଛନ୍ତି..
ଏ ସମସ୍ୟା ର ସମାଧାନ ପାଇଁ ଆଜି ପାଟକୁରା ପଞ୍ଚାୟତ ଅଫିସ ଆଗରେ ଦଳିତ ସାହିର ମହିଳା ଓ ପୁରୁଷ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି.
ପାଟକୁରା ଅଞ୍ଚଳ ରେ ଡ୍ରେନ ଏଚ ର ବ୍ୟବସ୍ତା ନଥିବା ରୁ ଏଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସି.
ଏନେଇ ପ୍ରଶାସନ ସ୍ଥାନିୟ ଲୋକ ପ୍ରତିନିଧି ଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଆଗାମୀ ବର୍ଷା ଦିନ କୁ ଦୃଷ୍ଟି ରେ ରଖି ଆଜି ଠାରୁ ଏହି ଦଳିତ ସlହି ର ବସ୍ଥି ବାସିନ୍ଦା ମାନେ ପଞ୍ଚାୟତ ଅଫିସ ସାମ୍ନା ରେ ଅନିର୍ଦିଷ୍ଟ କାଳ ପାଇଁ ଅନଶନ ରେ ବସିଛନ୍ତି.
ଏବେ ଏନେଇ ସରପଞ୍ଚ ପଞ୍ଚାୟତ ରେ ଅନୁପସ୍ଥିତ ଥିବାରୁ ଜି. ଆର. ଏସ ଙ୍କୁ ପଚାରିବତୁ ସେ କହିଥିଲେ ଆଗାମୀ ଅକ୍ଟୋବର ରୁ ନଭେମ୍ବର ମାସ ସୁଦ୍ଧା ଏହି ଜଳ ନିଷ୍କାସନ ସମସ୍ୟା ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ