ସରକାରୀ କାର୍ଯ୍ୟକ୍ରମ ରେ ଚିଟଫଣ୍ଡ ରେ ସମ୍ପୃକ୍ତ ପୂର୍ବତନ ବିଧାୟକଙ୍କ ଯୋଗଦାନ କୁ ସହଜରେ ହଜମ କରି ପାରୁନାହାନ୍ତି ବିରୋଧୀ
କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ରହିଥିବା ପ୍ରତ୍ୟକ ଟି ସରକାରୀ କାର୍ଯ୍ୟକ୍ରମ ରେ ଚିତଫଣ୍ଡ ସମ୍ପୃକ୍ତ ରହିଥିବା ପୂର୍ବତନ ବିଧାୟକଙ୍କ ଯୋଗଦାନ କୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ ଓ ବୁଦ୍ଧିଜୀବୀ. ଗୋଟେ ପଟେ ସର୍ତମୂଳକ ଜାମିନ ପାଇଁ ଆସିଥିବା ଶ୍ରୀଯୁକ୍ତ ପ୍ରଭାତ ତ୍ରିପାଠୀ ଏବେ ନିଜେ ନିଜକୁ ବାଙ୍କୀର ବିଧାୟକ ଭାବେ ପରିଗଣିତ କରୁଥୁବାବେଳେ. ଅନେକ ସଭାସମିତି ରେ କୁହନ୍ତି ମୋର ବିକଳ୍ପ ଓ ପ୍ରତିଦ୍ବନ୍ଦୀ ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ନାହଁନ୍ତି ମୁଁ ଅପରାଜୟ. ଏଭଳି ଅହଂକାରୀ ବ୍ୟକ୍ତି ଙ୍କୁ ଉଚିତ ସମୟ ରେ ଉଚିତ ଶିକ୍ଷା ଦେବେ ବାଙ୍କୀ ଜନସାଧାରଣ ବୋଲି ନିଜର ମତ ରଖିଛନ୍ତି ବିଜେପି ନେତା ତଥା ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ କଂଗ୍ରେସ ର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ.ଗୋଟେ ପଟେ ସର୍ତମୂଳକ ଜାମିନ ପାଇ ଆସିଥିବା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀ ଙ୍କୁ ତୁରନ୍ତ ପ୍ରତ୍ୟକ ଟି ସରକାରୀ କାର୍ଯ୍ୟକ୍ରମ ରୁ ନିବୃତ କରାଯାଉ ବୋଲି ଏବେ ସାଧାରଣରେ ଦାବି ଜୋର ଧରିଛି. ସେପଟେ ବାଙ୍କୀରେ ଏବେ ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀଙ୍କ ପୁଅ ଦେବି ରଞ୍ଜନ ତ୍ରିପାଠୀ ବିଧାୟକ ରହିଥିବା ବେଳେ ସମସ୍ତ ରାଜନୈତିକ ଗୋଟି ଚାଳନା କରୁଛନ୍ତି ଶ୍ରୀଯୁକ୍ତ ତ୍ରିପାଠୀ ବୋଲି ବିରୋଧୀ ଶିବିରରେ ଚର୍ଚ୍ଚା ଜୋର ଧରିଛି. ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ ଶ୍ରୀଯୁକ୍ତ ପ୍ରଭାତ ତ୍ରିପାଠୀଙ୍କୁ ସରକାରୀ କାର୍ଯ୍ୟକ୍ରମ କୁ କଟକଣା ଲଗାଇବା ସହିତ ନିଜର ସ୍ୱଛତା ପ୍ରତିପାଦନ କରନ୍ତୁ ବୋଲି ବିରୋଧୀ ଓ ବୁଦ୍ଧିଜୀବୀ ଶିବିର ରେ ମତପ୍ରକାଶ ପାଇଛି.