ବଣାଇଗଡ ମହାବିଦ୍ୟାଳୟ ରେ ପରୀକ୍ଷା ଦେଉଥିବା ବେଳେ ଛାତ୍ର ଅସୁସ୍ଥ ହୋଇପଡିବା ବେଳେ ବଣାଇ ଚିକିତ୍ସାଳୟରେ ମୃତ ଘଷଣା କରିଲେ ଡାକ୍ତର । କାରଣ ଅସ୍ପଷ୍ଟ ପୋଲିସ ର ତଦନ୍ତ ଜାରି

ଲହୁଣୀପଡ଼।- ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟ ରେ ଆଜି  +2 ବିଜ୍ଞାନର ଓଡ଼ିଆ ବିଷୟ ପରୀକ୍ଷା ହେଉଥିବା ବେଳେ ଏମଡି ଅରବାଜ ପରୀକ୍ଷା ସାରିବାକୁ ଆଉ 15 ମିନିଟ ବାକି ଥିବାବେଳେ ହଟାତ କ୍ଳାସ ରୁମରେ ଟଳି ପଡ଼ିଥିଲେ ଫଳରେ ସହଯୋଗୀ ଛାତ୍ର ଓ କିଛି ଶିକ୍ଷକ ତାଙ୍କୁ ସଙ୍ଗେ ସଙ୍ଗେ କାର ରେ ବଣାଇ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଲେ । ମୃତର କାରଣ ଅସ୍ପଷ୍ଟ ଜଣାପଡ଼ିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ମୃତକ ଛାତ୍ର ହେଲେ ଲହୁଣୀପଡା ଥାନାର ଜୁନିଆଣି ଗ୍ରାମର ଏମଡି ଅରବାଜ। ହୃଦଘାତ ଯୋଗୁ ଏମିତି ହୋଇ ଥାଇପାରେ ବୋଲି ସନ୍ଧେହ କରୁଥିବା ବେଳେ ଶବ ବ୍ୟବଛେଦ ପରେ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ମୃତ ଛାତ୍ରର ପରିବାରରୁ ପିଲାର ମାଁ ଓ ମାମୁଁ ବଣେଇ ଚିକିତ୍ସା ଳୟରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.