ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନାଙ୍କ କରକମଳରେ    ପୋଲ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର 

ଧାମନଗର ୨୯/୦୫/ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ଧାମନଗର ଏନ ଏ ସି ଅନ୍ତର୍ଗତ ୫ନମ୍ବର ୱାର୍ଡ ଶ୍ୟାମପୁର ଗ୍ରାମ ବାଳୁଆବାଡି ଆଦିବାସୀ ବସ୍ତିକୁ ଯାତାୟତ ପାଇଁ ୪ନମ୍ବର କେନାଲ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ନିମନ୍ତେ ଅର୍ଥ ବ୍ୟୟବରାଦ କରାଯାଇଛି। ରବିବାର ପୂର୍ବାହ୍ନରେ ଏନ ଏ ସି ର ମାନନୀୟା ଅଧ୍ୟକ୍ଷା ନିବେଦିତା ଜେନାଙ୍କ କରକମଳରେ ପୋଲ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ଉକ୍ତ ୱାର୍ଡର କାଉନସିଲର ଅନୁ ମୁଣ୍ଡା, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଦାସଙ୍କ ସମେତ ସ୍ଥାନୀୟ ନେତୃତ୍ବ ସେକ ଜାଫର ଅଲ୍ଲୀ, ବିଜୟ କୁମାର ବେହେରା,ଯୁବ ନେତା ଅମର ଜ୍ୟୋତି ଜେନା,ଶିଶ୍ୱଜିତ ବାରିକ, ଦୀପକ କୁମାର ରାମ,ରମେଶ ଚନ୍ଦ୍ର ଯେନା ଓ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ  ବର୍ଷା ପୂର୍ବରୁ ଯଥା ଶୀଘ୍ର ପୋଲ ର କାର୍ଯ୍ୟ ଶେଷ କରିବା ପାଇଁ ଅଧିକାରୀଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ସାଂସଦ ଓ ପ୍ରାକ୍ତନ ବିଧାୟକଙ୍କ ସାହାଯ୍ୟ ଓ ସହଯୋଗରେ ହୋଇଥିବାରୁ ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଗ୍ରାମବାସୀ ଓ ସ୍ଥାନୀୟ ନେତୃମଣ୍ଡଳୀଙ୍କ ତରଫରୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.