ଧାମନଗର – ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମେଗା ଜଳ ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇ ଲୋକମାନଙ୍କୁ ଘରେ ଘରେ ପାନୀୟ ଜଳଯୋଗାଣ ସରିଥିଲେ ମଧ୍ୟ ରବିବାର ପୂର୍ବାହ୍ନରେ ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧୀନସ୍ଥ ପଳିକିରି ଠାରେ ବସୁଧା ଯୋଜନା ଆନୁକୂଲ୍ୟରେ ମେଗା ଜଳ ପ୍ରକଳ୍ପ ପାଣିଟାଙ୍କିର କାର୍ଯ୍ୟ ନିମନ୍ତେ ସ୍ଥାନୀୟ ସରପଞ୍ଚ କାଞ୍ଚନ ସ୍ୱାଇଁଙ୍କ ଦ୍ୱାରା ଏହାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ଅନ୍ୟ ମଧ୍ୟରେ ଯୁବ ସମିତି ସଭ୍ୟ ସୁଦୀପ୍ତ ଖଟୁଆ,ନାଏବ ସରପଞ୍ଚ ଗୌରାଙ୍ଗ ଦାଶଙ୍କ ସମେତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତର ବରିଷ୍ଠ ନେତୃ ମଣ୍ଡଳୀ ଓ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପଳିକିରି ଓ ଜୟକୃଷ୍ଣପୁର ରାଜସ୍ବ ମୌଜାର ଡିଗି, ଚନ୍ଦେଶ୍ଵର ,ଦାଶ ସାହି, ସାହୁ ସାହି ,ଶାସନ, ମହାପାତ୍ର ସାହି , ବୈଷ୍ଣବ ସାହି, ମାଝୀ ସାହି, ସୁତାର ସାହି ଓ ନୀଳକଣ୍ଠପୁର(ଚାରିଘରିଆ )ସାହିର ଶହଶହ ଲୋକଙ୍କ ଘର ନିକଟରେ ପାନୀୟ ଜଳ ପାଇପାରିବେ ବୋଲି ସରପଞ୍ଚ ଶ୍ରୀ ମତୀ କାଞ୍ଚନ ସ୍ୱାଇଁ ସୂଚନା ଦେଇଛନ୍ତି।