ଭତା କାର୍ଡ ମିଳିଛି ଭତ୍ତା ଟଙ୍କା ମିଳିନି

ଖପ୍ରାଖୋଲ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ପଞ୍ଚାୟତ ଅଧିନସ୍ଥ ମହୁରୁଣ୍ଡୀ ଗାଁ ରେ ଦୁଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କାର୍ଡ ମିଳିଛି ହେଲେ ଭତ୍ତା ଟଙ୍କା ମିଳିଛି ! ହିତାଧିକାରୀ ଦ୍ୱଯହେଲେ ସୁରୁବାଲି କୁଅଁର ଓ କୁନ୍ତଲା ବରିହା ଦୀର୍ଘ ଚାରି ପାଞ୍ଚ ମାସ ହେବ ଏମାନଂକୁ ଭତ୍ତା କାର୍ଡ ମିଳିଅଛି ହେଲେ ତାଙ୍କୁ ଭତ୍ତା ଟଙ୍କା ମିଳିନି ! ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିଲେ ତୁମ ପାସବୁକ ରେ ଜାମା ହେଉଛି ! ଏପଟେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିଲେ ମଧ୍ଯ ସମାନ ଅବସ୍ତା କାହାକୁ ବା ପଚାରିବେ ଏହି ବୃଦ୍ଧା ଭତ୍ତା ହିତାଧିକାରୀ ! ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ! ହେଲେ ଏହି ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ପଞ୍ଚାୟତ ରେ ଏକ୍ ଭିନ୍ନ୍ ଦେଖିବାକୁ ମିଳିଛି ! ଏହି ହିତାଧିକାରୀ ମାନଙ୍କୁ ଟଙ୍କା ଜାମା ଖାତାରେ ଜାମା ହେଇଥିବା ବେଳେ ବାରମ୍ବାର ବ୍ଯାଙ୍କ କୁ ଦୌଡ଼ି ହେଇରାଣ ହେଉଥିବା ଅଭିଯୋଗ ହେଉଛି ! ଆଗକୁ ପ୍ରଶାସନ ଦୃଷ୍ଟିଦେଇ ହିତାଧିକାରୀମାନଙ୍କୁ ହାତାହାତି ଭତ୍ତା ଟଙ୍କା ପ୍ରଦାନ କରିବାକୁ ଜନସାଧାରଣ ରେ ଦାବି ହେଉଛି ! ହେଲେ ଦେଖିବାକୁ ବାକି ରହିଲା ପ୍ରଶାସନ ହିତାଧିକାରୀ ମାନଙ୍କୁ କିଭଲି ପଦେକ୍ଷପ ଗ୍ରହଣ କରିବ ! ଏଥିପ୍ରତି ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି କରିଛନ୍ତି !

Leave A Reply

Your email address will not be published.