ପବିତ୍ର ଦେଵ ଭୂମିର ବିକାଶ ପାଇଁ ତ୍ରିବେଣୀ ସଙ୍ଗମ୍ ଠାରେବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

ସୁବର୍ଣ୍ଣପୁର:- ତ୍ରିବେଣୀ ସଙ୍ଗମ୍ ରେ ବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ। ଆଜି ହେଉଅଛି ପବିତ୍ର ସୋମବତୀ ଅମାବାସ୍ୟା।ଉକ୍ତ ଦିନ ସଙ୍ଗମ୍ ଘାଟରେ ବୁଡ଼ ପକାଇ ଭଗବାନ ଦେଵ ଦେଵ ମହାଦେବଙ୍କୁ ଦର୍ଶନ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।  ସେଥିପାଇଁ ଆଜି କର୍ମକର୍ତ୍ତା ମାନେ ବୁଡ଼ ପକାଇବା ପରେ ଯାଇ ବାବା ରାମେଶ୍ୱରଙ୍କ ପାଖରେ ଦୀପ ପ୍ରଜ୍ବଳନ, ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତୀ କରି ଜିଲ୍ଲାର ବିକାଶ କାର୍ଯ୍ୟ ସକାଶେ କାମନା କରିଥିଲେ। ବିଶ୍ୱାସ ରହିଛି ଏହି ଦିନ ସଙ୍ଗମ୍ ସ୍ଥଳରେ ବୁଡ଼ ପକାଇବା ପରେ ଯୋଉ କାର୍ଯ୍ୟ ସକାଶେ କାମନା କରାଯାଇଥାଏ ତାହା ଦେଵଦେଵ ମହାଦେବ ପୂରଣ କରିଥାନ୍ତି। 

ସେଥିପାଇଁ ଏହି ପଵିତ୍ରଦେଵଭୂମିକୁ ତପୋ ଭୂମିରେ ପରିଣତ ସକାଶେ ଆବଶ୍ୟକ ରହିଥିବା ଭିତ୍ତିଭୂମିର ବିକାଶ ନିମନ୍ତେ ବାବା ରାମେଶ୍ୱରଙ୍କ ପାଖରେ  ପ୍ରାର୍ଥନା କରିଥିଲେ। 

ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେର ଙ୍କ ସମେତ ପୂର୍ବତନ ନଗର ପାଳ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପପୁରୋହିତ ,ଦୁଃଖିରାମ ନାୟକ ,ବିନୋଦ ମେହେର, ମହେଶ ପୂଜାହାରୀ,ବାଙ୍କାନିଧି ରାୟଗୁରୁ, ସଚିତା ନନ୍ଦ ଦାସ ,ସୂର୍ଯ୍ୟ ନାରାୟଣ ଦାସ,ନବଘନ ସାଣ୍ଢ,ପଞ୍ଚାନନ ବାରିକ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ଭାଗ ନେଇଥିଲେ।

ଏହି ଅବସରରେ ମଞ୍ଚର କର୍ମ କର୍ତ୍ତା ମାନେ ଦୀପ ପ୍ରଜ୍ବଳନ କରି ଶପଥ ନେଇଥିଲେ ଦୀପ ନିଜେ ଜଳି ଯେମିତି ଅନ୍ୟ ମାନଙ୍କୁ ଆଲୋକ ପ୍ରଦାନ କରିଥାଏ ।ସେମିତି ସଚେତନ ନାଗରିକ ମଞ୍ଚ ମଧ୍ୟ ସେହି ପଥକୁ ଆପଣାଇନେବା ସକାଶେ ବଜ୍ର ଶପଥ ନେଇଥିଲେ।

Leave A Reply

Your email address will not be published.