ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଆକାର ରେ ପ୍ରଦାନ କଲେ ଗଣେଶ ଯୁବକ ସଂଘ

ଖଣି ଓ ଶିଳ୍ପରେ ସ୍ଥାନୀୟ ଲୋକଙ୍କ ପାଇଁ ଆନ୍ଧ୍ରପ୍ରଦେଶ ଭଳି 80 ଭାଗ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଶ୍ରୀ ଗଣେଶ ଯୁବକ ସଂଘ ସମ୍ପାଦକ ସୁଧାଂଶୁ ଶେଖର ପାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି।ଯାଜପୁର ଜିଲ୍ଲା ବିଶେଷ କରି ଖଣି ଓ ଶିଳ୍ପ ଭରା ସୁକିନ୍ଦା ବ୍ଲକରେ ଆଇ .ଟି.ଆଇ ,ଡିପ୍ଲୋମା ବୈଷୟିକ ତାଲିମ ପ୍ରାପ୍ତ ଅନେକ ଶିକ୍ଷିତ ଯୁବକ ଯୁବତୀ ଚାକିରୀ ନପାଇ ଘରେ ହାତ ବାନ୍ଧି ବସିଛନ୍ତି କିନ୍ତୁ ଅଣ -ଓଡିଆ ମାନେ ବାହାରୁ ଆସି ଆମ ଅଞ୍ଚଳରେ ଚାକିରୀ କରିବା ଘଟଣା କୁ ନେଇ  ବେକାରୀ ଯୁବକ ଯୁବତୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି।ଅନେକ ଆଇ .ଟି.ଆଇ ପିଲା ୩ଜୁନ୨୦୧୮  ରୁ ୩ ଜୁନ୨୦୧୯ ଏକ ବର୍ଷ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲରେ ଆପେଣ୍ଡିକ୍ସ ଟ୍ରେନିଂ କରିଥିଲେ ମଧ୍ୟ ସେମାନଙ୍କୁ ଠିକା ଶ୍ରମିକ କର୍ମଚାରୀ  ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ମିଳୁନାହିଁ ।ଏହା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବା ସହ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ  ବୋଲି ସୁଧାଂଶୁ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.