ସତ୍ୟ ମହିମା ନିଲଜି ଆଶ୍ରମର ବାବା ଗଜେନ୍ଦ୍ର ଦାସଙ୍କ ସ୍ବର୍ଗଧାମ

ବାବା ଶ୍ରୀ ଗଜେନ୍ଦ୍ର ଦାସ ସେ ତାଙ୍କ ଜନ୍ମ ହେବାର ୧୨ ବର୍ଷ ବୟସରେ ପାରିବାରିକ ସଂସାର ତ୍ୟାଗକରି ସନ୍ୟାସୀ ଧର୍ମରେ ଦୀକ୍ଷିତ ହୋଇ ଗୁରୁ ଶ୍ରୀ ଚନ୍ଦ୍ର ମଣିଙ୍କ ଅନୁଗାମୀ ହୋଇ ୧୮୫୧ ମସିହାରେ ନିଲଜି ସତ୍ୟ ମହିମା ଆଶ୍ରମରେ ମଠାଧିସ ହୋଇ ରହି ଆସୁଥିଲେ। ତାଙ୍କ ଜୀବନରେ ଅନେକ ଧର୍ମ କାର୍ଯ୍ୟ ସମେତ ଶିକ୍ଷା ଦିଗରେ ମଧ୍ୟ ଅଞ୍ଚଳରେ ଉନ୍ନତି ଆଣିଥିଲେ। ସଦର ନବରଙ୍ଗପୁର ଜିଲ୍ଲା ଚଣ୍ଡାହାଣ୍ଡି ବ୍ଲକରେ ମଧ୍ୟ ଗମ୍ଭାରୀଗୁଡା ଖରିଭାଡ଼ି ଠାରେ ଶ୍ରୀ ଶ୍ରୀ ଗଜେନ୍ଦ୍ର ଦାସ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରି ଇତିହାସ ସୃଷ୍ଟି କରିବା ସମେତ ନିଲଜି ଉଚ୍ଚ ବିଦ୍ୟାଳୟ ଗଠନ ଓ ସ୍ଥାପନ ଦିଗରେ ମଧ୍ୟ ତାଙ୍କ ଆଦର୍ଶ ପ୍ରୟାସ ଫଳରେ ସଫଳ ହୋଇଥିଲା। ପର ମୁହୂର୍ତ୍ତରେ ୧୮୭୧ ମସିହାରେ ନିଲଜି ମହିମା ମଠରେ ଏକ ହବ୍ୟ ଶୂନ୍ୟ ମନ୍ଦିର ସ୍ଥାପନ କରି ଅଞ୍ଚଳ ପାଇଁ କୀର୍ତି ସ୍ତମ୍ବ ସ୍ଥାପନ କରିଥିଲେ। ମହିମା ଧର୍ମ ପ୍ରତି ତାଙ୍କର ତ୍ୟାଗ ଓ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଯାହା ସବୁ ଅବଦାନ ଚିର ସ୍ମରଣୀୟ ଓ ଅତୁଳନୀୟ। ସମଗ୍ର ପଶ୍ଚିମ ଓଡ଼ିଶାରେ ତାଙ୍କ ଇହଧାମ ତ୍ୟାଗ କରିଥିବା ଖବର ଶୁଣି ଶୋକର ଛାୟା ଖେଳି ଯାଇଛି। ବାବାଙ୍କ ସେସ କୃତ୍ୟ ସମୟରେ ଭବାନୀପାଟଣା ସ୍ଥିତ ରତ୍ନମଣି ମଠ ତଥା ଜୋରନ୍ଦା ଗାଦି ପଶ୍ଚିମାଞ୍ଚଳ ସଭାପତି ଶ୍ରୀ ଭବାନୀ ଦାସ,ପଶ୍ଚିମାଞ୍ଚଳ ଭକ୍ତ ସମାଜ ସଭାପତି ପବିତ୍ର ଶବର,ପାତାଳଗଙ୍ଗା ମଠାଧିସ ଶ୍ରୀ ଅରବିନ୍ଦ ଦାସ,ପରିଚାଳନା ସମିତିର ସଭାପତି ଶ୍ରୀ ବୈକୁଣ୍ଠ ସା ଓ ସମ୍ପାଦକ ଶ୍ରୀ କ୍ଷେତ୍ର ମୋହନ ସା,ମଠ ଅଧିକାରୀ ଶ୍ରୀ ଭୋଳନାଥ ସା ବଡଭାଇ ଶ୍ରୀ ଖୀରସିନ୍ଧୁ ସା,ଗୋକୁଳାନନ୍ଦ ଦାସ,ରାମ ଦାସ,ରବୀନ୍ଦ୍ର ଦାସ,ଜୟକୃଷ୍ଣ ଦାସ,ସଦାନନ୍ଦ ଦାସ,ଦୈତାରି ଦାସ,ଅଭିରାମ ଦାସ,ଅଞ୍ଚଳର ବରିଷ୍ଠ ବ୍ୟକ୍ତି ସଦାନନ୍ଦ ସୁନାନୀ ଅବସରପ୍ରାପ୍ତ ବନବିଭାଗ ଅଧିକାରୀ,ଶ୍ରୀ ଲକ୍ଷ୍ମଣ ପ୍ରଧାନ ସ୍ଥାନୀୟ ସରପଞ୍ଚ,ଶ୍ରୀ ଶୋଭାରାମ ସା,ଶ୍ରୀ ଜୟପାଳ ନାଗ,କୁଳପତି ଚାରିଗଡ଼ ଝରିଆ ସାହୁ ସମାଜ ବ୍ୟତୀତ ମହିମା ମଠ ପରିଚାଳନା କମିଟି ତଥା ସଦର ନବରଙ୍ଗପୁର,ଛତିଶଗଡ଼,କଳାହାଣ୍ଡି,ବଲାଙ୍ଗୀର,ଏମିତି ଅନେକ ଜିଲ୍ଲା ମାନଙ୍କରୁ ସହ ସହ ଭକ୍ତ ତଥା ଜନସାଧାରଣ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.