ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତିଆ ଗ୍ରାମରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ କରାଯାଇଥିଲା ।ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବାସହ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଥିଲେ । ଗ୍ରାମବାସୀଙ୍କ ଥିବା ବିଭିନ୍ନ ଅଭିଯୋଗକୁ ଶୁଣିବା ସହ ସେ ସବୁବେଳେ ଲୋକମାନଙ୍କ ସାଙ୍ଗରେ ଅଛନ୍ତି ଓ ରହିଥିବା ଯାଏ ଜନସାଧରଣଙ୍କ ସେବା କରିବେ ବୋଲି କହିଛନ୍ତି।ସାଂସଦଙ୍କ ସହ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ବଡ଼ଜେନା ଉପସ୍ଥିତ ରହିବାସହ ଗ୍ରାମର ଅନେକ ବୟୋଜ୍ୟେଷ୍ଠ ବେକ୍ତିମାନେ ଉପସ୍ଥିତ ଥିଲେ ।