ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ  ବିଶ୍ବହିନ୍ଦୁ ପରିଷଦ  ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଜ୍ୟ ସରକାର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ ନାଁରେ ବେଆଇନି ଖନନ , ବେଆଇନି ପରିକ୍ରମା ପ୍ରକଳ୍ପ ନିର୍ମାଣ  କରିବା ପ୍ରତିବାଦରେ ଶତାଧିକ କର୍ମୀ ଗଣ ଧାରଣା ଦେବା ସହିତ ବିକ୍ଷୋଭ ପଦର୍ଶନ କରିଥିଲେ l   ରାଜ୍ୟସରକାର ASI ବିନା ଅନୁମତିରେ ଶ୍ରୀମନ୍ଦିରରେ ଅବୈଧ ଖନନ ନିର୍ମାଣ କାର୍ଯ୍ୟ କରିବା , ଆଧ୍ୟାତ୍ମିକ ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା , ସୌନ୍ଦର୍ଯ୍ୟ କରଣ ନାଁରେ ସହ ସହ ବର୍ଷର ଐତିହ୍ୟ ସଂସ୍କୃତି ପରମ୍ପାରାକୁ ନଷ୍ଟ କରୁଛନ୍ତି l ଏହାର ପ୍ରତିବାଦରେ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ସୁକିନ୍ଦା ପକ୍ଷରୁ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାର ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଗଣ ସମାବେଶ ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି l ପ୍ରତିବାଦ ସଭାରେ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚର ସଂଯୋଜକ ଚକ୍ରଧର ମହାଳିକ , ସହ ସଂଯୋଜକ ପଦ୍ମନାଭ ମଲ୍ଲିକ , ଜିଲ୍ଲା ବଜରଙ୍ଗ ଦଳର ଜିଜ୍ଞାଅଂଶୁ ସାହୁ , ବିଶ୍ବହିନ୍ଦୁ ପରିଷଦର ପ୍ରୀତି ଚୋରାଶିଆ ପ୍ରମୁଖ ଯୋଗ ଦେଇଥିଲେ l

Leave A Reply

Your email address will not be published.