ନୟାଗଡ଼ :/ ରଣପୁର ବ୍ଲକ ଅଧିନସ୍ଥ ରାଜସୁନାଖଳା ଠାରେ ଓଡିଶା ସ୍ୱତନ୍ତ୍ର ଶିକ୍ଷକ ସଙ୍ଘ (ଓଏସ୍ଇଏଫଡ଼ି) ତରଫରୁ ଭିର୍ଣ୍ଣକ୍ଷମ ପିଲାଙ୍କୁ ସ୍ୱତନ୍ତ୍ର ଅଧିକାର ଓ ପ୍ରାଧାନ୍ୟତା କୁ ନେଇ ରାଜସୁନାଖଳା ଗ୍ରାମପଞ୍ଚାୟତ ର ସବୁ ଗ୍ରାମର ଅଭିଵାବକ ଓ ଭିର୍ଣ୍ଣକ୍ଷମ ପିଲାଙ୍କୁ ନେଇ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି l ଏହି ସଭାରେ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ରଣା ଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜସୁନାଖଳା ର ସରପଞ୍ଚ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ,ମୁଖ୍ୟବକ୍ତା ଭାବରେ ଆୟୁଷ୍ମାନ ଚୌଧୁରୀଙ୍କ ସମେତ ରାକେଶ କୁମାର ସାହୁ, ମିଥୁନ ମଲ୍ଲିକ,ରୋପ୍ୟରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ lଏହି କାର୍ଯ୍ୟକ୍ରମରେ ଭିର୍ଣ୍ଣକ୍ଷମ ପିଲାଙ୍କୁ ପ୍ରଥମେ ଚନ୍ଦନ ପୁଷ୍ପ ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲାl ଓ ସେମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲାlଏହି ସଭାରେ ଅନ୍ତର୍ନିବେଶୀ ଶିକ୍ଷା ର ମହତ୍ତ୍ଵ ଓ ଗୁରୁତ୍ୱ ବିଷୟରେ ଉଭୟ ଅଭିଭାବକ ଓ ଶିଶୁମାନଙ୍କୁ ଅବଗତ କରାଯାଇଥିଲା।ଜନମଙ୍ଗଳ କ୍ଷେତ୍ରରେ ଏବଂ ଦିବ୍ଯାଙ୍ଗ ମାନଙ୍କ ଉନ୍ନତି ଓ ବିକାଶ କ୍ଷେତ୍ରରେ ଓଏସ୍ଇଏଫଡ଼ି ସଙ୍ଘ ର ଉକ୍ତ କାର୍ଯ୍ୟକ୍ରମ କୁ ସରପଞ୍ଚ ଶ୍ରୀଯୁକ୍ତ ପ୍ରଧାନ ଭୂୟସୀ ପ୍ରଶଂସା କରିଥିଲେ। ଓଏସ୍ଇଏଫଡ଼ି ସଙ୍ଘ ତରଫରୁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ଙ୍କୁ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଧାରିତ ରାୟ କୁ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଗଲା।