କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଲୱେ ଖେଳ ପଡିଆ ପରିସରରେ ଥିବା ଗଙ୍ଗାମାଈ ମନ୍ଦିରରେ ପ୍ରାଚୀନ କାଳରୁ ପାରମ୍ପରିକ ରୀତି ନୀତି ଭାବେ ମାତା ଗଙ୍ଗାମାଈଙ୍କର ପୂଜା ହୋଇ ଆସୁଛି, କରୋନା କଟକଣା ହେତୁ ଦୁଇ ବର୍ଷ ବନ୍ଦ ପରେ ଚଳିତ ବର୍ଷ ପୁଣି ପୂଜା ଆରମ୍ଭ ହୋଇଛି ବୋଲି ଗତ ୨୬ ତାରିଖ ରୁ ପ୍ରତି ସନ୍ଧ୍ୟାରେ ଗହଳି ଚହଲି ଦେଖିବାକୁ ମିଳିଛି, ଏହି ପବିତ୍ର ପୂଜା ବ୍ରିଟିଶ ଅମଳରୁ ହେଇ ଆସୁଥିବା ବେଳେ ମେଳା ମଧ୍ଯ ଲାଗେ, ଯିଏ ଯେମିତି ଭାବେ ଭକ୍ତିଭାବ କରନ୍ତି ପ୍ରୟାସ ସଂଗଠନ ପକ୍ଷରୁ ସରବତ ପାଣି ବ୍ୟବସ୍ଥା କରି ଶ୍ରଦ୍ଧାଳୁ ମାନଙ୍କୁ ବାଣ୍ଟୁ ଥିବା ଦେଖିବାକୁ ମିଳିଥିଲା I ସଭାପତି ପ୍ରକାଶ ଚନ୍ଦ୍ର କଶ୍ୟପ, କାର୍ଯ୍ୟରତ ସଭାପତି କିଶୋର କୁମାର ପୁରୋହିତ, ଉପସ୍ଥିତ ଗୁପ୍ତେଶ୍ଵର ତରିଆ, ସାଧାରଣ ସମ୍ପାଦକ ସ୍ମରଣ କୁମାର ମହାନ୍ତି, କିଶୋର ଚନ୍ଦ୍ର ମଛଖଣ୍ଡ, ପ୍ରତାପ ସୁନା, ଗଣେଶ ବାଗ, ଧର୍ମାନନ୍ଦ ଜୁଏଡ, ପ୍ରବିଣ କୁମାର ବନଛୋର, ଇଶ୍ଵର ଚନ୍ଦ୍ର ମୁଦୁଲି, ଗଜାନନ ବେହେରା, ପ୍ରଥମ ବେହେରା, ରାଧେ ସିନା, ନାଗେଶ୍ଵର ଦୀପ, ରଙ୍କନିଧି ପାଣିଗ୍ରାହୀ, ପାଣି ଦେଇ ସେବା କରୁଥିବା ବେଳେ I ଆନିଆ ଜିମ ପକ୍ଷରୁ ଲେମନ ରାଇସ ପ୍ରସାଦ ହିସାବରେ ଖାଇବା ପାଇଁ ଦେଉଥିଲେ ଏଥିରେ ରାଜେଶ ଆନିଆ, ଉମେଶ, ଆନନ୍ଦ, ଧିଗେନ, ସୁରେଶ ପ୍ରମୁଖ ସାମିଲ ଥିଲେ I ଅନ୍ୟ ପକ୍ଷରେ ପୂଜା କମିଟି ପକ୍ଷରୁ ପ୍ରେସିଡେଣ୍ଟ କୌଶଳ ଦୀପ, ୱାର୍କକିଂ ପ୍ରେସିଡେଣ୍ଟ କୌଶଳ ଚନ୍ଦ୍ର ରାଉତ, ସେକ୍ରେଟାରୀ ଜଶପାଲ ସୁନା, ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଭିମନ୍ୟୁ ଜାଲ, ଦେହୁରୀ ଇଶ୍ଵର ପୁଝାରୀ, ମୁଖ୍ୟ ଦେହୁରୀ ଉଆଇ ନାଗରାଜ ବାବା, କେଶବ, ରାଜେଶ, ଜିତୁ, ମନୋଜ ପ୍ରମୁଖ ସାମିଲ ହୋଇଥିଲେ, ଚଳିତ ବର୍ଷ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ରହିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ପୂଜା ସମ୍ପନ୍ନ ହୋଇଛି