ବେତଗଡିଆରେ ରାମଚରିତ ମାନସ ପାରାୟଣ ମହାଯଜ୍ଞ ଉଦଯାପିତ

ବାଲିଆପାଳ-  ବାଲିଆପାଳ ବ୍ଲକ ଅଧିନସ୍ଥ ବେତଗଡିଆ ଗ୍ରାମରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ୭ଦିନ ଧରି ଚାଲିଥିବା ରାମଚରିତ ମାନସ ପାରାୟଣ ମହାଯଜ୍ଞ ବୁଧବାର ଉଦଯାପିତ ହୋଇଯାଇଛି ।ହନୁମାନ ମନ୍ଦିରର ୫ମ ବାର୍ଷିକ ଉତ୍ସବ ଅବସରରେ ଗୋପାଳ କୃଷ୍ଣ ଜେନାଙ୍କ ତତ୍ତ୍ବାବଧାନରେ   ରାମଚରିତ ମାନସ ପାରାୟଣ ମହାଯଜ୍ଞ   ଅନୁଷ୍ଠିତ ହୋଇଥିଲା । ଉକ୍ତ ଉଦଯାପନୀ ଉତ୍ସବରେ ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ଯକାରୀ ସଭାପତି ତଥା ରେବତୀ ପତ୍ରିକାର ସଂପାଦିକା  ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ  ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ବାଣୀ ଶ୍ରବଣ କଲେ ମନ ଭିତରେ ଭକ୍ତି ପୂର୍ଣ୍ଣ ଭାବ ଆନ୍ଦୋଳନ ସୃଷ୍ଟି କରିବା ସହିତ ମନ ପ୍ରାଣ ଓ ଆତ୍ମାକୁ ଶାନ୍ତି ଦିଏ । ରାମାୟଣ, ଭାଗବତ ଓ ଗୀତାରୁ ଆମକୁ ଅଲୌକିକ ଶକ୍ତି ମିଳେ ବୋଲି ଶ୍ରୀମତୀ ଜେନା କହିଥିଲେ । ସମ୍ମାନିତ ଅତିଥି ଭାବେ ବେତଗଡିଆ ସରପଞ୍ଚ ସୁମିତ୍ରା ଗିରି, ଯୁବନେତା ମନ୍ମଥ ଗିରି,ସନ୍ତୋଷ ଗିରି,କମଳ ଲୋଚନ କର,ଭଗବାନ ପାତ୍ର,ବିପିନ୍ ସାମନ୍ତରାୟ,ହରିପଦ ମହାନ୍ତି,ନାରାୟଣ ଜେନା, ଗୌତମ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।ବେତଗଡିଆରେ ଆୟୋଜିତ ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ ମହାଯଜ୍ଞରେ ପ୍ରଭୁ ରାମ ଲକ୍ଷ୍ମଣ ସୀତା ଏବଂ ହନୁମାନ ଙ୍କ ମୃର୍ତ୍ତି ପୂଜା କରାଯାଇ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତ୍ୟହ ସଂନ୍ଧ୍ୟାରେ ପ୍ରବଚକ ମାନେ ଆସି  ରାମଙ୍କ ମହୀମା ଉପରେ ପ୍ରବଚନ ଦେଇଥିଲେ । ଏହି ଅବସରରେ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତମାନେ ଆସି ପ୍ରସାଦ ସେବନ କରିଥିଲେ ।  ଅଶୋକ ସାହୁ,ମନ୍ମଥ ସାମନ୍ତରାୟ,ତ୍ରିଲୋଚନ ବାରିକ,ସରୋଜ ସାମନ୍ତରାୟ,ସଞ୍ଜୟ ପାତ୍ର ପ୍ରମୁଖ ସମସ୍ତ  କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.