କେନ୍ଦ୍ରାପଡ଼ା (ନି. ପ୍ର )ସ୍ବପ୍ନ ଅନେକ ଥିଲା,ମୁଁ ସିନା ଅଭାବୀ ପରିବାର ଲାଗି ପାଠ ପଢ଼ିପାରିଲିନି l କିନ୍ତୁ ମୋ ପିଲାଙ୍କୁ ପାଠ ପଢ଼େଇ ଭଲ ମଣିଷଟିଏ କରିବି l ସେଥିପାଇଁ ତ ସଞ୍ଜୟ ନିଜ ପରିବାରକୁ ନେଇ କଲିକତା ଚାଲିଯାଇଥିଲେ l ଆଉ ଦୀର୍ଘ ୧0 ବର୍ଷ ହେଲାଣି କଲିକତାର ଅମ୍ବିକା ଝୋଟ କଳରେ ଠିକା ଶ୍ରମିକ ଭାବେ ୩00 ରୁ ୪୦୦ ଟଙ୍କାର ମଜୁରୀରେ ଖଟି ପରିବାର ପ୍ରତିପୋଷଣ କରିଆସୁଥିଲେ l ହେଲେ ଏବେ ସଞ୍ଜୟଙ୍କ ସ୍ବପ୍ନ ଉପରେ ଦୁଃଖର କଳାବାଦଲ, ହଟାତ ଜ୍ୱର ସହ ଦେହ ଅସୁସ୍ଥ ଆଉ ପରେ ପରୀକ୍ଷା ହେବାରୁ ୨ଟି ଯାକ କିଡ଼ନୀ ଖରାପ ହୋଇଯାଇଥିବା କହିଥିଲେ ଡାକ୍ତର l ଏବେ ଚେନ୍ନାଇର ଭେଲୋରରେ ହେବାକୁ ଥିବା ସଞ୍ଜୟଙ୍କ କିଡ଼ନୀ ପ୍ରତ୍ୟାରୋପଣ ଲାଗି ୩0 ରୁ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ନେଇ କହିଛନ୍ତି ପରିବାର ଲୋକେ l ସ୍ତ୍ରୀ ତାଙ୍କର ଭାଙ୍ଗି ନ ଯାଇ ଭଗବାନ ଙ୍କୁ ନିଜ ସ୍ୱାମୀ ଙ୍କ ଆରୋଗ୍ୟ ପାଇଁ କାମନା କରିବା ସହ ସମସ୍ତ ଙ୍କୁ ସହାୟତା ଭିକ୍ଷା କରିଛନ୍ତି.
କେତେବେଳେ କାହା ପରିବାରରେ ଦୁଃଖର କଳାବାଦଲ ଘୋଟି ଆସିବ ତାହା ସେଇ ବିଧାତାକୁ ଜଣା l ହେଇ ଦେଖୁନାହାନ୍ତି କେମିତି ସଞ୍ଜୟଙ୍କ ପରିବାର ଏବେ ଅନ୍ଧକାରର କଳା ବାଦଲ lଏ ହେଉଛନ୍ତି ସଞ୍ଜୟ ସ୍ୱାଇଁ,ଘର ପାଟକୁରା ମାର୍ଶାଘାଇ ବ୍ଲକ ଯମପଡା ପଞ୍ଚାୟତର ଗୌଡ଼ ଗାଁରେ l ସ୍ୱାମୀ ର ଆରୋଗ୍ୟ କାମନା କରି ସ୍ତ୍ରୀ କରୁଛନ୍ତି ପୂଜାର୍ଚନା.ଯମ କବଳରୁ ସାବିତ୍ରୀ ସତ୍ୟବାନ ଙ୍କୁ ଫେରେଇ ଆଣିବା ଭଳି ସ୍ୱାମୀ ଙ୍କୁ ରୋଗ କବଳ ରୁ ଫେରାଇ ଆଣିବାକୁ ଚାଲିଛି ସ୍ତ୍ରୀ ଙ୍କ ଭକ୍ତିପୂତ ପୂଜାର୍ଚନା.
କିଛି ବର୍ଷ ତଳେ ଅଭାବୀ ପରିବାର ଲାଗି ଯୁବ ବୟସରୁ ପାଠପଢା ଛାଡି କଲିକତାର ଝୋଟ କଳରେ ଦାଦନ ଖଟିଆସୁଥିଲେ ସ୍ୱାମୀ ସ୍ତ୍ରୀ l ଆଉ ସେଠି ନିଜର ପତ୍ନୀ ଝରାଶ୍ରୀ, 14 ବର୍ଷର ଝିଅ ସ୍ୱାତୀ ଆଉ 11 ବର୍ଷର ପୁଅକୁ ନେଇ ତାଙ୍କର ହସଖୁସିର ସଂସାର ଚାଲିଆସୁଥିଲା l ସଞ୍ଜୟ ଅନ୍ୟର ଦୁଃଖ ଦେଖିପାରନ୍ତିନି ଯିଏ ଯାହା ସାହାଯ୍ୟ ମାଗନ୍ତି ପାରୁ ପର୍ଯ୍ୟନ୍ତ ସହଯୋଗ ଦିଅନ୍ତୁ ବୋଲି କହିଛନ୍ତି ତାଙ୍କର ଝୋଟକଳରେ କାର୍ଯ୍ୟରତ ସହ କର୍ମୀ.
କଲିକତାର ମାଣିକତାରା ଇ.ଏସ.ଆଇ. ହସ୍ପିଟାଲରେ ଡାଇଲିସିସରେ ଥିବା ସଞ୍ଜୟଙ୍କୁ ଗତକାଲି ଚେନ୍ନାଇର ଭେଲୋରକୁ ନେଇଛନ୍ତି ପରିବାର ଲୋକେ ଓ ସହଯୋଗୀ l 30 ରୁ 40 ଲକ୍ଷ ଏତେ ବଡ଼ ମାତ୍ରାର ଅର୍ଥ ଯୋଗାଡ଼ ହେଇପାରୁନଥିବାରୁ ଗଣ ମାଧ୍ୟମରେ ସଞ୍ଜୟଙ୍କୁ ବଞ୍ଚେଇଦେବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଲୋକମାନଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ.କଲିକତା ରୁ ଯାଇ ବର୍ତ୍ତମାନ ଭେଲୋର ରେ ଚିକିତ୍ସାଚିତ ହେଉଛନ୍ତି ସଂଜୟ..ଯଦି କେହି ସହୃଦୟ ବ୍ୟକ୍ତି କି ଅନୁଷ୍ଠାନ ସଞ୍ଜୟଙ୍କୁ କିଡ଼ନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ଆର୍ଥିକ ସହଯୋଗର ହାତ ବଢେଇବା ପାଇଁ ଚାହୁଁ ଛନ୍ତି ତାହେଲେ ସଞ୍ଜୟ ସ୍ୱାଇଁଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ,ବ୍ୟାଙ୍କ ଆକାଉଣ୍ଟ ନମ୍ବର – 408610510000254 , IFSC Code :- BKID0004086 ରେ ଆର୍ଥିକ ସହଯୋଗ ପଠେଇ ପାରିବେ କିମ୍ବା ତାଙ୍କ PHONE PAY -8100814193 ନମ୍ବରରେ ମଧ୍ୟ ସହଯୋଗ ଦେଇପାରିବେ I ଆଉ ଆପଣଙ୍କ ଗୋଟେ ଛୋଟ ସହଯୋଗ ପୁଣି ସଞ୍ଜୟଙ୍କ ଅନ୍ଧାର ଭିତରେ ରହିଥିବା ପରିବାରକୁ ଆଶାର ଆଲୋକ ଦେଇପାରିବ.