ବାଲିଆପାଳ – ସ୍ୱପ୍ର ବାଲିଆପାଳ ବ୍ଲକ ର ମଧୁପୁରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ମଧୁପୁରା ପଂଚାୟତର ନବ ନିର୍ବାଚିତ ସରପଞ୍ଚ ଗୀତା ରାଣୀ ମହାନ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲ। ଉକ୍ତ ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତର ନାଇବ ସରପଞ୍ଚ ବାବାଜୀ ବେହେରା, ୱାଡ଼ମେମ୍ବର ଜୟନାରାୟଣ ଖଣ୍ଡା, ଜିତେନ୍ଦ୍ର ରାଉଳ, ଟୁଲୁ ଗିରି, ସୁକେସ ମିତ, ବାସନ୍ତୀ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ୮୪ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଥିଲା। ସେଥିମଧ୍ୟ ରୁ ୨୪ ଜଣଙ୍କର ମୋତିଆ ବିନ୍ଧୁ ଅପରେସନ ଚଳିତ ମାସ ୮ ତାରିଖ ହେବାର ସିଦ୍ଧାନ୍ତ ନିଆଯାଇଥିବାର ସୂଚନା ମିଳିଛି। ଚକ୍ଷୁ ଚିକିତ୍ସା କାର୍ଯ୍ୟ ରେ ଡା. ଜୟଦେବ ସାମନ୍ତ ଙ୍କୁ ସ୍ଵାଗତ ମହାପାତ୍ର , ହରେନ୍ଦ୍ର ଦତ୍ତ, ନଳିନୀ ବିହାରୀ ଦାସ୍, ପୂଜା ପାତ୍ର, ଅଲିଭା ବେହେରା ସହଯୋଗ କରିଥିଲେ। ମଧୁପୁରା ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଲମ୍ବୋଦର ମହାନ, ବାବାଜି ନାହାନ୍ତି, ଦୀପକ ମାହନା, ବସନ୍ତ ଦଣ୍ଡପାଟ, ବଂଶୀଧର ସାହୁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।