କପାଳ ଓ ନାକରେ ବଜାଇ ପାରୁଛନ୍ତି କେସିଓ
କଣ୍ଟାବାଞ୍ଜି- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବୁରୋମାଳ ପଞ୍ଚାୟତର କୁକୁଡ଼ାହାଡ ଗ୍ରାମର ସୁନାରିପଡାର ଶଙ୍କର ସରାଫଙ୍କ ପୁଅ ଅନିଲ ସରାଫ ( ୧୮ ବର୍ଷ ) ଅତି ସୁନ୍ଦର ଭାବରେ ଭବରେ ସେ ତାଙ୍କ ଶରୀର ଅଙ୍ଗ ମାନଙ୍କରେ କେସିଓ ବଜାଇ ପାରୁଥିବା ହେତୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଅର୍ଜନ କରିପାରିଛନ୍ତି, ସୂଚନା ଯୋଗ୍ୟ ଯେ ଅନିଲ ଜଣେ ଗରିବ ଚାଷୀଙ୍କ ପୁଅ ହୋଇଥିଲେ ସୁଦ୍ଧା ତାଙ୍କ ରୁଚି କେସିଓରେ ରହିଥିଲା ଓ ସେ ତାହା କରିକି କି ଦେଖାଇ ଦେଇଛନ୍ତି, ଆଜି କଣ୍ଟାବାଞ୍ଜି ବିଜେଡ଼ି ବିଧାୟକ ପାର୍ଥି ଅଜୟ ଦାସ ଓ ଚେୟାରମ୍ଯାନ ପାର୍ଥି କୁଅଁର ଓ ତାଙ୍କର ପ୍ରତିନିଧି ଦଳ ସହ ଅନିଲଙ୍କ ଘରକୁ ଯାଇ ଶୁଭଇଚ୍ଛା ସହ ସମ୍ବର୍ଦ୍ଧନା ଜଣାଇଥିଲେ, କଲେଜ ଛାତ୍ର ହୋଇଥିଲେ ବି ପାଠ ପଢ଼ା ବାହାରେ କେସିଓ ବଜାଇବା ଶିଖିପାରିଛନ୍ତି, ସେ ତାଙ୍କ ମାତାପିତାଙ୍କ ସହଯୋଗ କ୍ରମେ ଏଭଲି ନିଆରା ଢଙ୍ଗରେ କେସିଓ ବଜାଇ ପାରନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି