ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ବରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାଇଫ୍ କ୍ଲବ ଆନୁକୁଲ୍ୟରେ ଗତ ଶୁକ୍ରବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ଜିଲ୍ଲା ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ବିମଳ ପ୍ରସାଦ ଦାସ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିଥିଲେ । ରକ୍ତଦାନ ହେଉଛି ଏକ ମହତ ଦାନ । ଆମେ ରକ୍ତଦାନ କରିବା ଦ୍ୱାରା ରକ୍ତ ଆବଶ୍ୟକ କରୁଥିବା ଯେକୌଣସି ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ବଂଚାଇ ପାରିବା । ଏଣୁ ଯେକୌଣସି ସୁସ୍ଥ ସବଳ ବ୍ୟକ୍ତି ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ । ଉକ୍ତ ଶିବିର ପରିଚାଳନାରେ ଆଖପାଖ ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସହଯୋଗ କରିଥିବାବେଳେ ଶିବିର ପରିଚାଳନାରେ ଲାଇଫ୍ କ୍ଲବ୍ର ସଭାପତି ତୁଷାରକାନ୍ତ ଶ୍ୟାନ୍ତି, ସୁଧାଂଶୁ ଶ୍ୟାନ୍ତି, ମନାସ ଜେନା, ଶିଶିର ଜେନା, ବନୋଜ ଶ୍ୟାନ୍ତି, ସୁଭେନ୍ଦୁ ଭୂୟାଁ, ସତ୍ୟଜିତ ଶ୍ୟାନ୍ତ, କୁନମୁନ ଶ୍ୟାନ୍ତି, ରକେଶ ଶ୍ୟାନ୍ତି, ସୁବ୍ରତ ଶ୍ୟାନ୍ତି, ରତ୍ନାକର ଭୂୟାଁ, ରଂଜନ ଶ୍ୟାନ୍ତି ତଥା ଲାଇଫ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଯାଜପୁର ରେର୍ଡ କ୍ରସ୍ ସୋସାଇଟ୍ର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।