କେନ୍ଦ୍ରାପଡ଼ା (ନି. ପ୍ର )ସମାଜର ଦର୍ପଣ ଅଟେ କେନ୍ଦ୍ରାପଡ଼ା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ବାଲିଆ ସ୍ଥିତ ପୋଇଲ ଗ୍ରାମରେ ଭ୍ରାମ୍ୟମାଣ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଆମ ଗାଁ ସାହିତ୍ୟ ପରିଷଦ କେନ୍ଦ୍ରାପଡ଼ାର ସଭାପତି ଶ୍ରୀଯୁକ୍ତ ସଂଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବlସ୍ତୁବିତ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପତି, ମୁଖ୍ୟ ବକ୍ତା ଭାବେ ମେଜର ଭରତ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ସତୀର୍ଥର ସଭାପତି ଶ୍ରୀଯୁକ୍ତ ଅମର ପ୍ରସାଦ ରାଉତ ଯୋଗ ଦେଇ କହିଲେ ଯେ ଆମ ହୃଦୟରୁ ସାହିତ୍ୟ୍ ସ୍ରୁଷ୍ଟି ହୋଇଥlଏ, ଆମ ଗାଁ ମାନଙ୍କରେ ଏହା ଅଧିକ ସମୃଦ୍ଧି ହୋଇଥାଏ l ଏଠlରେ ପାଳନ ହେଉଥିବା ବାର ମାସରେ ତେର ପର୍ବ, ଜନ୍ମଦିନ, ଏକୋଇଶିଆ, ଶ୍ରାଦ୍ଧ ପାଳନ ଆମ ସଂସ୍କୃତିକୁ ଅଧିକ ସମୃଦ୍ଧି କରେ l କଣ୍ଠଶିଳ୍ପୀ ଗୋଲକ ସେଠି ପlରମ୍ବିକ ସଙ୍ଗୀତ, ବିଶିଷ୍ଟ ପାଲାଗାୟକ ଗଗନ ବିହାରୀ ସିଂ ମନ୍ତ୍ର ପାଠ କରିଥିଲେ l ସମ୍ପାଦକ ଶ୍ରୀଯୁକ୍ତ ସ୍ଵପ୍ନାଂଶୁ କୁମାର ଦାସ ପରିଷଦର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଥିଲେ l କବି ଶୈଳଜା ଶଙ୍କର ସାମଲ, ଡ୍ ଅଭୟ କୁମାର ରାଉତ ଙ୍କ ସଂଯୋଜନା ଅନୁଷ୍ଠିତ କବିତା ପାଠୋତ୍ସବ ରେ ସର୍ବଶ୍ରୀ ଅଜୟ କୁମାର ପାତ୍ର, କବିତା ମୁଦୁଲି, ଗୀତାଞ୍ଜଳି ଦାସ, ଶରତ କୁମାର ରାଉତ, ଶ୍ରୀଧର ମହାନ୍ତି, ମନରଞ୍ଜନ ତ୍ରିପାଠୀ, ରଞ୍ଜନ ବାଇ ପ୍ରମୂଖ କୋଡ଼ିଏ ଜଣରୁ ଉର୍ଦ୍ଧ କବି କବୟତ୍ରୀ ସ୍ଵ ରଚିତ କବିତା ପାଠ କରିଥିଲେ l କାର୍ଯ୍ୟକାରି ସଭାପତି ଶ୍ରୀ ଟିଟି କାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l ଉକ୍ତ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l