ବାଲିଆପାଳ – କରୋନା କଟକଣାରେ ସାମାଜିକ ଏକତ୍ରିକରଣ ବାରଣ ଥିବାରୁ ଦୀର୍ଘ ଦୀନ ଧରୀ ବାଲିଆପାଳ ଅଞ୍ଚଳରେ ମେଳା ମହୋତ୍ସବ, ଯାନି ଯାତ୍ରା ବନ୍ଦ ରହିଥିଲା।କରୋନା କଟକଣା ହଟିବାରୁ ରଜ ପର୍ବକୁ ଅଖି ଆଗରେ ରଖି ବାଲିଆପାଳ ନେତାଜୀ ଖେଳପଡିଆରେ ଶୁକ୍ରବାର ସନ୍ଧ୍ୟାରେ ମହାଆଡମ୍ବର ସହକାରେ ଭାଇଚାରାର ପର୍ବ ବାଲିଆପାଳ ଗ୍ରାମୀଣ ମେଳା ୨୦୨୨ ଉଦଘାଟିତ ହୋଇଯାଇଛି।ପ୍ରଥମ ବର୍ଷର ଗ୍ରାମୀଣ ମେଳା ୨୦୨୨ ମେଳାକୁ ବାଲିଆପାଳ ପଞ୍ଚାୟତର ସରପଞ୍ଚ ବନଲତା ଦାସ ଏବଂ ବାଲିଆପାଳ ଗ୍ରାମୀଣ ମେଳାର ସଭାପତି ତଥା ସାମାଜିକ କର୍ମୀ ରବୀନ୍ଦ୍ର ନାଥ ଅଣ୍ଡିଆ ମେଳକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲ। ଉଦ୍ଘାଟନ ପୂର୍ବରୁ ବିଭିନ୍ନ ପ୍ରକାରର ବାଦ୍ୟ ଯନ୍ତ୍ର ବଜାଇ ସଦସ୍ୟ ମାନେ ବାଲିଆପାଳ ମାର୍କେଟ ପରିକ୍ରମା କରିଥିଲା। ଉକ୍ତ ମେଳାରେ ଚଳିତ ମାସ ସତର ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶେଷ ଆକର୍ଷଣ ବାଲିଆପାଳ ରଜ ସୁନ୍ଦରୀ ପ୍ରତିଯୋଗୀତା। ରଜ ଦିନଠାରୁ ଆରମ୍ଭ ହୋଇ ତିନୋଟି ପର୍ଯ୍ୟାୟରେ ପ୍ରତିଯୋଗିତା ଶେଷ ହେବ। ପ୍ରତ୍ୟେକ ସନ୍ଧ୍ୟାରେ ଓଡ଼ିଶାର ପାରମ୍ପରିକ ସଂସ୍କୃତି ଓ ଲୋକ କଳା, ପାଲା, ଦାସକାଠିଆ ଆଦିର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ମେଳାରେ ବିଭିନ୍ନ ପ୍ରକାରର ଦୋଳି, ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଦୋକାନ ରହିଛି। ହେମାନ୍ତ ଦାସ, ମନୋଜ ଜେନା, ସୁଶାନ୍ତ ଦାସ, ସତ୍ୟକାମ ନାହାନ୍ତି,ହରେକୃଷ୍ଣ ଦାସ ଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।