ଇମ୍ଫା ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ, କୁହିକା ରୁ ରଞ୍ଜନ ବାରିକଙ୍କ ରିପୋର୍ଟ

ଇମ୍ଫା କମ୍ପାନୀ ପକ୍ଷରୁ ଖଣି ପ୍ରଭାବିତ ଅଞ୍ଚଳର ସମସ୍ତ ଜନପ୍ରତିନିଧି,୩୭ ନଂ ଜୋନ୍ ଜିଲ୍ଲା ପରିଷଦ, ବ୍ଲକ୍ ଅଧକ୍ଷ, ଉପାଦକ୍ଷା, ସୁକିନ୍ଦା ରିଜିନ କ୍ରୋମାଇଟି ଖାଦାନ ମଜଦୂର ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଧୀର ଏବଂ କର୍ମକର୍ତ୍ତାଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ସଭାରେ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଉତ୍ତରୀ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ଖଣି ପ୍ରଭାବିତ ଅଞ୍ଚଳରେ ସଦା ସର୍ବଦା ଜନ କଲ୍ୟାଣ ଯୋଜନା ଇମ୍ଫା ସହଯୋଗ କରିବ ବୋଲି ଇମ୍ଫା ଖଣି ପ୍ରତିନିଧି ମନ୍ତବ୍ୟ ରଖିଛନ୍ତି।ଏହି ସଭାରେ ସୁକିନ୍ଦା ମଣ୍ଡଳୀର ୩୭ନଂ ଜୋନ ଜିଲ୍ଲାପରିଷଦ  ଶ୍ରୀମତୀ ଜେମା ଚାଖି, ସୁକିନ୍ଦା ବ୍ଲକ ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଦକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ, ଶ୍ରମିକ ସଂଘର ଯୁଗ୍ମ ସମ୍ପାଦକ ଭରତଚନ୍ଦ୍ର ମହାନ୍ତ, କଂସ,କାଳିଆପାଣି,ଚିଙ୍ଗୁଡ଼ିପାଳ, ରାସୋଳ ଓ କାଙ୍କଡ଼ପାଳ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.