ତାତିର ମହା ପ୍ରଭାବ ଯୋଗୁ ଜଳ ସଙ୍କଟ 

ଅନ୍ୟ ପଟେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ 

କଣ୍ଟାବାଞ୍ଜି/ପାଟଣାଗଡ଼ -; ବଲାଙ୍ଗୀର ଜିଲ୍ଲାର ବେଳପଡ଼ା ବ୍ଳକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସ୍ତର ହ୍ରାସ କରିବା ସହ ପାଣି ଟୋପାଏ ପାଇଁ ବାଲଟି ଗରିଆ ଧରି ନଦୀ ନାଳକୁ ଦୌଡୁଛନ୍ତି ଶିଶୁ ମାନେ ଓ ମହିଳାମାନେ, ରାଜ୍ୟ ସରକାର ଏହି ସମସ୍ୟାକୁ ହଟେଇବା ପାଇଁ ବସୁଧା ଜଳଯୋଗାଣ ଯୋଜନାରେ ବିଭିନ୍ନ ସ୍ଥାନରେ ଜଳପ୍ରକଳ୍ପ ତିଆରି କରିଛନ୍ତି, କିନ୍ତୁ ସରକାରଙ୍କ କିଛି ଅସାଧୁ କର୍ମଚାରୀ ମାନଙ୍କ ସକାଶେ ଫେଲ ମାରିଛି ଏହି ଯୋଜନା, 

ଜିଲ୍ଲାର ବେଳପଡ଼ା ବ୍ଳକ ଅନ୍ତର୍ଗତ କପାଣି ପଞ୍ଚାୟତ ହେଡ କ୍ୱାଟରରେ ଦେଖିବାକୁ ମିଳିଛି ଏଭଳି ଏକ ଗମ୍ଭୀର ସମସ୍ୟା, ସୂଚନା ଯୋଗ୍ୟ ଯେ ଲକ୍ଷାଧିକ ଟଙ୍କାରେ ନିର୍ମିତ ଜଳପ୍ରକଳ୍ପର ପାଣି ଗ୍ରାମବାସୀ ଗୋଟିଏ ଦିନ ମଧ୍ଯ ବ୍ୟବହାର ନ କରିବା ପୂର୍ବରୁ କୁଅଁରେ ଲାଗିଥିବା ରିଙ୍ଗ ଭୁଶୁଡ଼ି ପଡ଼ିଛି, ବେଳପଡ଼ା ଯନ୍ତ୍ରୀ ରାମଚନ୍ଦ୍ର ହାଁସଦାଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ସେ ସେତେବେଳେ ନଥିଲେ ଅନ୍ୟ ଜେ.ଇଙ୍କ ସମୟରେ ୧୨ ବର୍ଷ ତଳେ ତାହା ନିର୍ମାଣ ହୋଇଥିଲା, ହାରହାରି ୧୨ ଲକ୍ଷ ଟଙ୍କା ଖର୍ଚ୍ଚରେ ତାହା ନିର୍ମାଣ ହୋଇଥିବା ସେ ସୂଚନା ପାଇଥିଲେ ବୋଲି ଜଣାଇଛନ୍ତି, ଅନ୍ୟ ପକ୍ଷରେ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ ଗାଁରେ ଯୁଗଯୁଗାନ୍ତରୁ ପାଣି ସମସ୍ଯା ଜଟିଳ ପରିସ୍ଥିତି ସୃଷ୍ଟି କରିଛି, ଏହି ସମସ୍ୟା ଦୂରୀକରଣ ପାଇଁ ଜଳପ୍ରକଳ୍ପ ନିର୍ମାଣ କଲେ ସରକାର କିନ୍ତୁ ଲାଞ୍ଚୁଆ କର୍ମଚାରୀଙ୍କ ସକାଶେ ନିମ୍ନ ମାନର ଜଳପ୍ରକଳ୍ପ ନିର୍ମାଣ କରିଦେଲେ ଠିକାଦାର ଓ ଆତ୍ମସାତ କଲେ ଜଳପ୍ରକଳ୍ପର ଟଙ୍କାକୁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ, ଏଦିଗରେ ବିଡିଓ ମହାଶୟ ମଧ୍ଯ କାହିଁକି ଦୃଷ୍ଟି ଦେଲେ ନାହିଁ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଦେଇଛି, ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦୃଷ୍ଟି ମଧ୍ଯ କାହିଁକି ପଡ଼ିଲା ନାହିଁ..? ବଲାଙ୍ଗିର ଜିଲ୍ଲାପାଳ ଏ ରାସ୍ତା ଦେଇ ବଙ୍ଗୋମୁଣ୍ଡା, ସିନ୍ଧେକେଲା, ତୁରେକେଲା, ତୁରେକେଲା, କଣ୍ଟାବାଞ୍ଜି, ଟିଟିଲାଗଡ଼ ବେଲପଡ଼ା ବ୍ଳକ ଆଦି ଯିବା ଆସିବା କରିଥାନ୍ତି, ଓ ସେହି ନିମ୍ନମାନର ଜଳପ୍ରକଳ୍ପ ରାସ୍ତା ଉପରୁ ଝଲ ଝଲ ଦେଖା ଯାଉଥିବା ବେଳେ କଣ ଏ ପ୍ରଶାସନିକ ଅଧିକାରୀ ମାନେ ଆଖି ବନ୍ଦ କରି ତ ଯା ଆସ କରୁ ନାହାଁନ୍ତି..? ବର୍ତ୍ତମାନ ଖବର ପ୍ରସାରଣ ପରେ ତାଙ୍କ ଦୃଷ୍ଟି ଆକର୍ଷଣ ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ଅପେକ୍ଷା, ପ୍ରବଳ ତାତି ତତଳା ତାୱାରେ ରୁଟି ସେକିଲା ଭଲି ଲାଗୁଥିବା ବେଳେ ଗରିବ ଖଟିଖିଆଙ୍କ ମହା ଦୁର୍ଦ୍ଦଶା ଦେଖିବାକୁ ମିଳିଛି, ଅନେକ ଥର ଅଭିଯୋଗ କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ତେଣୁକରି ଅଞ୍ଚଳରେ ସରକାରୀ ବାବୁଙ୍କ ପ୍ରତି ଧୀରେ ଧୀରେ ଅସ୍ତା ତୁଟିବାରେ ଲାଗିଛି, ଅନ୍ୟ ପକ୍ଷରେ ନନ୍ଦିନୀ ସମ୍ବାଦ ପତ୍ରରେ ନିରପେକ୍ଷ ଭାବେ ଖବର ପ୍ରକାଶ କରାଯାଉଥିବା ହେତୁ ନନ୍ଦିନୀକୁ ଭରସା ରଖି ନନ୍ଦିନୀ କୁ ସୂଚନା ଦେଇଛନ୍ତି ଗ୍ରାମବାସୀ 

Leave A Reply

Your email address will not be published.