ଘରୋଇ କଳିକୁ କେନ୍ଦ୍ରକରି ଦୁଇ ପୁଅ କାଠଫାଳିଆରେ ହତ୍ୟାକଲେ ବାପାକୁ

ବାପା ମଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀ ମୃତ୍ୟୁ ହୋଇଯିବା ପରେ ଦୂତୀୟ ବିଭାହ କରିଲେ । ପ୍ରଥମ ସ୍ତ୍ରୀ ର ଦୁଇପୁଅ, ଦୂତୀୟ ବିଭାହ ପରେ ପ୍ରତ୍ୟେକ ଦିନ ଘରେ ଝଗଡ଼ ହୋଇଥାଏ । ଏନେଇ ଗତକାଲି ରାତ୍ରିରେ ଘରେ ବାପା ସହ ଝଗଡା ହବା ପରେ ଉତ୍ୟକ୍ତ ହୋଇ ଦୁଇପୁଅ କାଠଫାଳିଆରେ ପିଟି ପିଟି ଘର ବାହାରେ ହତ୍ୟା କରିଲେ ରାଗ ଶାନ୍ତ ହୋଇନଥିଲା ପୁଣି ସ୍କୁଟି ରେ ବାପା ଉପରେ ଚଢାଇଦେଲେ । ଦୁଇ ପୁଅ ମଧ୍ୟରେ ଜଣେ ନାବାଳକ । ଏନେଇ ଚାନ୍ଦିପୋଷ ଥାନା ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଫେରାର ଦୁଇ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି ପୋଲିସ । ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ମିଳିଛି ।

Leave A Reply

Your email address will not be published.