ନୂଆଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତା (ଆ. ପ୍ର )ଗତ ଦୁଇବର୍ଷ ଧରି ମହାମାରୀ କରୋନା ପାଇଁ ଏବଂ ସରକାର ଙ୍କ ପ୍ରଚଳିତ ହୋଇଥିବା ମାର୍ଗଦର୍ଶିକା(ଗାଇଡ଼ ଲାଇନ )କୁ ଅନୁପାଳନ କରାଯାଇ ପବିତ୍ର ଶୀତଳଷଷ୍ଠି ଉତ୍ସବ କେବଳ ବିଧି ଓ ପରମ୍ପରା କୁ ରକ୍ଷା କରାଯାଇ ମହାନଗର ଦିଲ୍ଲୀ ରେ ପାଳନ ହୋଇ ଆସିଥିବା ବେଳେ ଚଳିତବର୍ଷ ଏହା ଆଡମ୍ବର ସହ ପାଳନ ହୋଇଥିବା ଦେଖିବାକୁ ମିଳିଛି. ସ୍ଥାନୀୟ ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଦିଲ୍ଲୀ ଶୀତଳ ଷଷ୍ଠୀ କମିଟି ଆନୁକୂଲ୍ୟରେ ସପ୍ତମବର୍ଷ ରେ ପଦାର୍ପଣ କରିଥିବା ଏହି ଉତ୍ସବ ଭକ୍ତି ଓ ଶ୍ରଦ୍ଧା ଭାବନା ମଧ୍ୟରେ ଗତକାଲି ସନ୍ଧ୍ୟା ରୁ ବିଳମ୍ବିତ ରାତି ମଧ୍ୟରେ ରୀତି, ନୀତି ଅନୁଯାଇ ଏହି ମାଙ୍ଗଳିକ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି. ପଶ୍ଚିମାଞ୍ଚଳ ରୁ ଆସି ଏଠାରେ ବସବାସ କରୁଥିବା ଶତାଧିକ ପ୍ରବାସୀ ଓଡ଼ିଆ ମlନେ ସପରିବାର ସହ ସନ୍ଧ୍ୟାରେ ମନ୍ଦିର ରେ ଏକତ୍ରୀତ ହୋଇଥିଲେ ବାବା ଭୋଳାନାଥ ଓ ଜଗତଜନନୀ ମା ପାର୍ବତୀ ଙ୍କ ଏହି ମାଙ୍ଗଳିକ ଉତ୍ସବ ଦେଖିବାପାଇଁ. ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ସନ୍ଧ୍ୟାରେ ମହିଳା ମlନେ ଦେବୀ ପାର୍ବତୀ ଙ୍କୁ ହଳଦୀମଖା ଓ ମହାସ୍ନାନ ନୀତି ଓ ଅନ୍ୟlନ୍ୟ ନୀତି ସମ୍ପନ୍ନ କରି ମା ଙ୍କୁ ନୂତନ ବସ୍ତ୍ର ପରିଧାନ କରାଇବା ସହ ବିଭିନ୍ନ ଅଳଙ୍କାର ଓ ପୁଷ ମାଳା ରେ ଭୂଷିତ କରାଯାଇ କନ୍ୟା ବେଶ ରେ ସଜ୍ଜିତ କରିଥିଲେ .ସେହିଭଳି ମହାଦେବ ଙ୍କ ସମସ୍ତ ନୀତିକାନ୍ତ ସମ୍ପନ୍ନ ହେବାପରେ ଶଙ୍ଖ, ଘଣ୍ଟ, କୀର୍ତ୍ତନ ପରିବେଷଣ ରେ ଏକ ସୁ ସଜ୍ଜିତ ବିମାନ ରେ ମହାଦେବ ବରବେଶ ହୋଇ ଵୃଷବ ସହ ମନ୍ଦିର ରୁ ଏକ ଶୋଭାଯାତ୍ରା ରେ ବାହାରି ଅନତି ଦୂରଯାଇ ପୁନଶ୍ଚ ମନ୍ଦିର ବେଢା କୁ ଫେରିଥିଲେ. ବର ଓ ବରଯାତ୍ରୀ ଙ୍କୁ ସ୍ୱାଗତ କରିବା ପାଇଁ କନ୍ୟା ଘର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରlଯାଇଥିଲା. ଚଳିତବର୍ଷ କନ୍ୟାମାତା ଭାବେ ଜ୍ୟୋତି ଓ ପିତା ଭାବେ ଜ୍ୟୋତି ଙ୍କ ସ୍ୱାମୀ ଅଂକୁର କର୍ତ୍ତା ଭାବେ ଯୋଗଦେଇ ତାଙ୍କ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ମାନଙ୍କ ସହ ମନ୍ଦିର ସମ୍ମୁଖରୁ ଆରତୀ ବନ୍ଦାପନା ସହ ଅନ୍ୟlନ୍ୟ ନୀତି ସହ ମହାଦେବ ଙ୍କୁ ବାଟବରଣୀ କରି ବିବାହ ମଣ୍ଡପ କୁ ପାଛୋଟି ଆଣିଥିଲେ.ଏବଂ ପରେ କନ୍ୟା ପାର୍ବତୀ ଙ୍କୁ ହୁଳହୁଳି ଦେଇ ବେଦୀ କୁ ଅଣାଯାଇଥିଲା ପରେ ପରେ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଦେବ ଦମ୍ପତି ଙ୍କ ପାଣିଗ୍ରହଣ ଉତ୍ସବ ଆରମ୍ଭ ହୋଇ ଶୁଭ ଲଗ୍ନ ଅନୁଯାଇ ଶଙ୍ଖ, ଘଣ୍ଟ ହୁଳହୁଳି ଧ୍ୱନି ମଧ୍ୟରେ ରାତ୍ର 11.43ସମୟ ରେ ହସ୍ତଗଣ୍ଠି ପଡ଼ିଥିଲା.ଏ ନେଇ ସମଗ୍ର ମନ୍ଦିର ଉତ୍ସବମୁଖର ହୋଇ ଉଠି ଥିଲା. ଶିବ ପାର୍ବତୀ ଙ୍କ ଏହି ଲୌକିକ ବିବାହ ଉତ୍ସବ ଦେଖିବାପାଇଁ ଆନୁମାନିକ ପାଞ୍ଚଶହ ଶ୍ରଦ୍ଧାଳୁ ଦୀର୍ଘ ସମୟ ଧରି ଉତ୍ସାହର ସହ ଅପେକ୍ଷା କରିଥିବା ଦେଖା ଦେଇଥିଲା. ଏହି ବିବାହ କାର୍ଯ୍ୟରେ ବରପିତା ମାତା ଭାବେ ଗଜେନ୍ଦ୍ର ଓ ତାଙ୍କ ଧର୍ମପତ୍ନୀ ଦୀପ୍ତି ଦାୟିତ୍ୱ ସମ୍ପନ୍ନ କରିଥିଲେ. ଡ. ପ୍ରକାଶ ଷଡ଼ଙ୍ଗୀ, ସୁଶୀଲ ମେହେର, ବିମଳ ପଣ୍ଡା, ପ୍ରଦୀପ ନାୟିକ, ସରୋଜ ଚୌଧୁରୀ, ମନୋରଞ୍ଜନ ମେହର, ଅଶୋକ ମେହେର, ଶୀତଳ ଷଷ୍ଠୀ କମିଟି ର ଅନ୍ୟ ପ୍ରମୁଖ କର୍ମକର୍ତ୍ତା ଙ୍କ ସହ ତ୍ୟାଗରାଜ ଜଗନ୍ନାଥ ମନ୍ଦିର ର ଯୁଗ୍ମ ସମ୍ପାଦକ ପ୍ରଦୁମ୍ନ ପଲେଇ (ବବୁଲୁ ) ପ୍ରମୁଖ ଉପସ୍ଥିତ ରହି ଉତ୍ସବ କୁ ପରିଚାଳନା କରିଥିଲେ. ଶୀତଳଷଷ୍ଠି କମିଟି ଦ୍ୱାରା ସମସ୍ତଙ୍କୁ ପ୍ରସାଦ ସେବନ ରେ ଅlପ୍ୟlୟତ କରାଯାଇଥିଲା.