ବାଲିଆପାଳ ବ୍ଲକ ରେ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ରେ ଛାତ୍ରୀ ଛାତ୍ର ଆଡ଼ମିଶନ ଏବଂ ଶିକ୍ଷକ ନିଯୋକ୍ତି ଦାବିରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ବାଲିଆପାଳ-  ବାଲିଆପାଳ ବ୍ଲକର ବନ୍ଦ  ହୋଇଥିବା ୧୯ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଛାତ୍ର, ବିଦ୍ୟାଳୟ ସୁରକ୍ଷା କମିଟି  ଓ  ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠର କର୍ମ କର୍ତ୍ତା ମିଳିତ ହୋଇ ବନ୍ଦ ବିଦ୍ୟାଳୟକୁ ତୁରନ୍ତ ଚାଲୁ କରି ପିଲାମାନଙ୍କୁ ଆଡ଼ମିଶନ ନେବା ସହିତ ଶିକ୍ଷ ନିଯୁକ୍ତି ଦାବିରେ ସୋମବାର ପୂର୍ବାହ୍ନ ରେ ବାଲିଆପାଳ ବସ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୁଭା ଯାତ୍ରା ରେ ବାହାରି ଜାମକୁଣ୍ଡା ଛକ,ପରୁଲି ଛକ ଦେଇ ଯାଇ ବ୍ଲକ ପହଞ୍ଚି ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଥିଲେ। ବ୍ଲକ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ କୁ କିଛି ସମୟ ପାଇଁ ଆନ୍ଦୋଳନ କରୀ ବନ୍ଦ କରିଦେଇଥିଲେ।  ଏନେଇ ମୁଖୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାର ର ନାରାବାଜି ଦେଇ ବିକ୍ଷୁବ ପ୍ରଦର୍ଶନ କରିଥିଲେ।  ପ୍ରତି ଗାଁ ରେ ସ୍କୁଲ କରାଯାଇ ଶିକ୍ଷାକୁ ବ୍ୟାପକ କରଯାଉଥିଲା ଆଜି ପୁଣି କାହିଁକି ଛାତ୍ରୀ ଛାତ୍ର ଙ୍କ ଜୀବନ ସହିତ ଖେଳା ଯାଉଛି। ବିଦ୍ୟାଳୟ ରେ ପିଲା ସଙ୍ଖ୍ୟା କମ ଦର୍ଶା ଯାଇ ନିକଟତମ ସ୍କୁଲ ସହିତ ସ୍କୁଲ ଗୁଡ଼ିକୁ କଣ ପାଇଁ ମିଶେଇ ଦିଆଯାଉଛି ବୋଲି ଅବିଭାବକ,ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠର ସଦସ୍ୟ ମାନେ ବକ୍ତବ୍ୟ ମାଧ୍ୟମ ରେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଖୁବ ଶୀଘ୍ର ଏହାର ସମାଧାନ କରାନାଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନ କରି ଚେତାବନୀ ଦେଇଛନ୍ତି।

  ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠର ଜିଲ୍ଲା ଆବାହକ କ୍ରିଷ୍ଣା ରାଣୀ ସାହୁ ଙ୍କ ସହିତ ସଙ୍ଗଠନ ର ସମସ୍ତ ସଦସ୍ୟ,ଅବିଭାବକ ବସନ୍ତ ପଢ଼ିହାରି, ସାଧୁ ଚରଣ ସାମଲ, ଲକ୍ଷ୍ମୀଧର ସାମଲ, ସୁକାନ୍ତି ସାମଲ, ସନ୍ନ୍ୟାସୀ ନାୟକ, ବଳରାମ ଜେନା, ଦିବାକର ବାରିକ, କାଳିଚରଣ ନାୟକ ଙ୍କ ସହିତ ବହୁ ଛାତ୍ରୀ ଛାତ୍ର ବିକ୍ଷୁବରେ ରେ ସାମିଲ ଥିଲେ।

Leave A Reply

Your email address will not be published.