ପିମ୍ଫୁଡିଆ ପଞ୍ଚାୟତରେ ବାଣ ଫୁଟାଇ ବିଧାୟକଙ୍କୁ ସ୍ଵାଗତ କଲେ

ଶପଥ ନେଲେ ନବୀନଙ୍କ ନୂଆ ଟିମ । ୨୧ ଜଣ ନୂଆ ମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ଗଢିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱରେ ଅଛନ୍ତି। ପ୍ରଥମେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଶପଥ ନେଇଥିଲେ । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟଚାସୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ କ୍ୟାବିନେଟ, ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ପାହ୍ୟା) ଭାବେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ୭ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । ୯ ଜଣ ମନ୍ତ୍ରୀଙ୍କୁ ପୁଣି ମନ୍ତ୍ରୀପଦ ମିଳିଛି । ଏହାସହ ୫ ଜଣ ପୂର୍ବତନ ମନ୍ତ୍ରୀ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି । 

ଚଳିତ ମାସ ଚାରି ତାରିଖ ରେ ନବୀନ ନିବାସ ରୁ ଆସିଥିଲା ଫୋନ କଲ ଏବଂ ଗତ କାଲି ମନ୍ତ୍ରୀ ପଦ ପାଇ ଶପଥ ଗ୍ରହଣ କରିଥିଲେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ !  ଏହାର ଖବର ସୁକିନ୍ଦା ବାସୀ ଙ୍କୁ ମିଳି ସରିବା ପରେ ସୁକିନ୍ଦା ରେ ଖୁସିର ଲହରୀ ଖେଳି ଯାଇଥିଲା ! ବିଶେଷ କରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପିମ୍ପୁଡିଆ ପଂଚାୟତ ରେ ଖୁସି ର ମାହଲ ଦେଖିବାକୁ ମିଳିଥିଲା ।  ସୁକିନ୍ଦା ବିଧାୟକ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ,ବୈଷୟିକ ମନ୍ତ୍ରୀ ପଦ ପାଇଛନ୍ତି ! ବିଧାୟକ ପ୍ରୀତି ରଞ୍ଜନ ଘଡେଇ ବହୁ ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ହାତକୁ ନେଇ ସଂଗଠନ କୁ ସୁଦୃଢ ଓ ସଶକ୍ତ କରିବା ସହ ନିଷ୍ଠାପରତା  ର ସହ ସଂଗଠନ କୁ ମଝଭୁତ କରିବା ଦଳ ପାଇଁ ଏକ ଆଲୋଡନ ସୃଷ୍ଟି କରିଛି   ! 

ବେଶେଷ କରି ଯୁବ ବର୍ଗ ଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ! ଏହାକୁ ନେଇ ବେଶ ଚର୍ଚ୍ଚା ରେ ଯୁବ ବିଧାୟକ ! ସୁକିନ୍ଦା ବିଧାୟକ ଶପଥ ପାଠ ସରିବା ପରେ ପିମପୁଡିଆ ପଂଚାୟତ ର ମୁଖ୍ୟ କାର୍ଯ୍ୟାଳୟ ରେ ବାଣ ଫୁଟାଇ ବ୍ୟାନର ଲଗାଇ ବିଧାୟକ ଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ! ଉକ୍ତ ପଂଚାୟତ ର ମୁଖ୍ୟ ସଂଗଠକ ବା ଉପଦଷ୍ଟା ସୁକାନ୍ତ ନାୟକ ଙ୍କ ଏକତ୍ରିତ ହୋଇଥିବା ସମସ୍ତ ବିଜେଡି କର୍ମୀମାନ ଙ୍କୁ ମିଠା ଖୁଆଇ ଉତ୍ସବ ମାନଇ 

ଥିଲେ ! ଏହି ଉତ୍ସବ ରେ ସଭାପତି କାଇରା ବିରୁଆ ,ଯୁବ ସଭାପତି ତେଜସ୍ଵୀ ପାତ୍ର , ଛାତ୍ର ସଭାପତି ବିନୟ ଦାସ , ଯୁବ ସଂଗଠକ ଗଗନ ମହାନ୍ତ, ପବିତ୍ର ମହାନ୍ତ ,ମହାପ୍ରସାଦ ମହାନ୍ତ , ପବି ମହାନ୍ତ , ସୁକଦେଵ ମହାନ୍ତ ଓ ଅନ୍ୟ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ !

Leave A Reply

Your email address will not be published.