ଧାମନଗର – ଧାମନଗର ଏନ ଏ ସି ଅଧୀନସ୍ଥ ଏପିଜେ ଅବଦୁଲ କଲାମ ଜନ ସେବାକେନ୍ଦ୍ର ପରିସରରେ ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସ୍ୱର୍ଗତ ଅନନ୍ତ ରାଉତଙ୍କ ବିୟୋଗରେ ଏକ ଶୋକସଭା ପରିଷଦର ସଭାପତି ଘଣ୍ଟେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପରିଷଦ ପକ୍ଷରୁ ଦିବଂଗତ ଆତ୍ମା ପ୍ରତି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ସମ୍ପାଦକ ଶଚୀକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ନିରାକାର ଧଳ,ଉପସଭାପତି ଅନିଲ କୁମାର ବାରିକ,ଶିକ୍ଷାବିତ ତଥା ପୂର୍ବତନ ଜିଲ୍ଲା ପରିଷଦ ସୁରଥ ଚନ୍ଦ୍ର ସେଠୀ,ମହେଶ୍ବର ସ୍ୱାଇଁ,ଅଭିମନ୍ୟୁ ମଲ୍ଲିକ, ଭାସ୍କର ସାମଲ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତ ନିଜ ଅଞ୍ଚଳରେ ଖାଣ୍ଟି ସେବକ ଭାବେ ବେଶ ପରିଚିତ ଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଷଦର ସଭ୍ୟ ବିଦ୍ୟାଧର ରାଉତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ପ୍ରକାଶ ଥାଉକି ଧାମନଗର ବ୍ଲକ ଅନ୍ତର୍ଗତ ପଧାନୀ ପଞ୍ଚାୟତ କୁଟିରିଆ (ଆଠଘରିଆ) ଗ୍ରାମର ବର୍ଷିୟାନ ସମାଜସେବୀ,ନୀତିନିଷ୍ଠ ପୁରୁଷ ପୂର୍ବତନ ସମିତି ସଭ୍ୟ ତଥା ପୂର୍ବତନ କରଦା ସେବା ସମବାୟ ସମିତି ସଭାପତି ବିଶିଷ୍ଟ ଜନନେତା ସ୍ୱର୍ଗତ ଅନନ୍ତ ଚରଣ ରାଉତ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ୮୦ ବର୍ଷ ବୟସରେ ଦେହାନ୍ତ ଘଟିଛି। ସ୍ୱର୍ଗତ ରାଉତଙ୍କ ବିୟୋଗ ଖବର ସମଗ୍ର ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଦୁଖଃଦ ଖବର ପାଇ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା,ଶିକ୍ଷାବିତ ଓ ସମାଜସେବୀ ଶୁଭେଚ୍ଛୁ ମାନେ ତାଙ୍କ ବାସଭବନରେ ପହଞ୍ଚି ମରଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରି ଶେଷ ଦର୍ଶନ ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତୋପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।