ପୂଜ୍ୟ ପୂଜା ସଂସଦ ର ତୃତୀୟ ବାର୍ଷିକ ଉତ୍ସବ ଆୟୋଜିତ

ପାଟକୁରା (ନି. ପ୍ର)ପାଟକୁରା ର  ଏକ ସମ୍ମାନିତ ସାଂସ୍କୃତିକ ସଂସ୍ଥା ପୂଜ୍ୟ ପୂଜା ସଂସଦ ର ଆଜି ତୃତୀୟ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଚି. କାର୍ଯ୍ୟକ୍ରମ ରେ   ଉଦଘାଟକ  ତଥା ସମାଜ ଦୈନିକ ଖବର କାଗଜ ର ପ୍ରାପ୍ତନ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ରାୟ,ମୁଖ୍ୟ ଅତିଥି ଭାବେ ଓଡିଶା ଶକ୍ତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ, ମୁଖ୍ୟ,ବକ୍ତା ଭାବେ ବରିଷ୍ଠ କବି ତଥା ପୂର୍ବତଟ ରେଳ ବିଭାଗ ର ଉଚ୍ଚପଦସ୍ଥ ଅଧିକାରୀ ନିରାକାର ଦାଶ ଓ ଅନୁଷ୍ଠାନ ର ସଭାପତି ଡ. ବୈରଞ୍ଜନ ଛାଟୋଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ.

 ଲୁଣା ଓ ଚିତ୍ରୋତ୍ପଳା ନଦୀ ତଟ ରେ ପାଟକୁରା ଦ୍ବିପଞ୍ଚଳ ର କଳା, ସାହିତ୍ୟ, ସଂସ୍କୃତି ଓ ସଦଭାବନା ର ବିକାଶ କରି ପ୍ରତିଭା ଅନ୍ୱେଷଣ ଦିଗ ରେ ଏହି ଅନୁଷ୍ଠାନ ତିନି ବର୍ଷ ହେବ କାର୍ଯ୍ୟ କରୁଛି.ସେବା ବୋଧକ ମନୋଭାବ ରଖି ପୂଜ୍ୟ ପୂଜା ସଂସଦ ସବୁ ବର୍ଗ ର ଲୋକ ଙ୍କ ମନରେ କଳା ସାହିତ୍ୟ ପ୍ରତି ଅନୁଗତ୍ୟ ରଖିବା ପାଇଁ ଏହି ଅନୁଷ୍ଠାନ ଲକ୍ଷ୍ୟ.

ତେବେ କାର୍ଯ୍ୟକ୍ରମ ଅବସରରେ ସମାଜ ଖବର କାଗଜ ର ପ୍ରାପ୍ତନ ସମ୍ପାଦକ ସତ୍ୟ ରାୟ ନିଜ ଅଭିଭାଷଣ ରେ ମାନବ ସମାଜ ର ମଙ୍ଗଳ ପାଇଁ ଶିକ୍ଷା ର   ବାସ୍ତବିକ ଉନ୍ନତି ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ.

  ସେହି ପାରି ମୁଖ୍ୟ ବକ୍ତା ନିରାକାର ଦାଶ ବୈଶିକ ବିକାଶ ସହ ବୌଦ୍ଧିକ ବିକାଶ ଦିଗରେ ଆଗାମୀ ପିଢ଼ି ଅନୁପ୍ରାଣିତ ହେବାକୁ ଉଦବୋଧନ ଦେଇଥିଲେ.

ଏହି ଅବସର ରେ ଅଂଞ୍ଚଳ ର ପରିଚିତ ପ୍ରାପ୍ତନ ଶିକ୍ଷକ ମୁରଲୀ ଧର ଦାସ, ବରିଷ୍ଠ ସାମ୍ବାଦିକ ଗୋକୁଳି ଚନ୍ଦ୍ର ପରିଜା, ସାବାର କବି ବୀରକିଶ୍ୱର ନାୟକ,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବାଟକୃଷ୍ଣ ବାରିକ, ସୁନାମଧନ୍ୟ ମୂର୍ତ୍ତିକା ଶିଳ୍ପୀ ଶ୍ରୀଧର ନାୟକ ଙ୍କୁ ଜୀବନ ବ୍ୟାପି ସେବା ପାଇଁ ସମ୍ମାନିତ କରାଯାଇଥିଲା.

Leave A Reply

Your email address will not be published.