ହରିଦ୍ୱାର ନିକଟସ୍ଥ ପବିତ୍ର ଶୁକ୍ରତାଲ ଧାମରେ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କୁ  ସମ୍ମାନିତ

ନୂଆ ଦିଲ୍ଲୀ (ଲଷ୍ମୀନାରାୟଣ ବେବର୍ତ୍ତା )(ଆ. ପ୍ର ) ପୌରାଣିକ ଇତିହାସ ସହ ଜଡିତ ଆଶ୍ରମ ମାଳିନୀ ଉତ୍ତରାଖଣ୍ଡ ର ଏକ ଆଧ୍ୟାତ୍ମିକ  ସ୍ଥାନ ଭାବେ ବେ୍ସ ପରିଚିତ ହରିଦ୍ୱାର ଓ ଋଷିକେଶ ନିକଟସ୍ଥ  ପବିତ୍ର ଗଙ୍ଗାନଦୀ  ଘାଟ ନିକଟରେ ଥିବା ଶୁକ୍ରତାଲ ଧାମ ସ୍ଥିତ ଶ୍ରୀମଦ ହନୁମନ୍ତ  ଆଶ୍ରମ (ହନୁମାନ ମନ୍ଦିର )ପରିସରରେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଭାଗବତ ପ୍ରଚାର ସମିତି ଓଡିଶା ଆନୁକୂଲ୍ୟରେ ପ୍ରଥମ ଥର ସପ୍ତାହ ବ୍ୟାପି ଅନୁଷ୍ଠିତ ହୋଇଥିବା ଶ୍ରୀମଦ ଭାଗବତ ପରାୟଣ , ଜ୍ଞାନଯଜ୍ଞ ଉତ୍ସାହ ଓ ସଫଳତାର ସହ ଇତିମଧ୍ୟରେ ସମ୍ପନ୍ନ ହୋଇଯାଇଛି.. ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଶୁକ୍ରତାଲ ଧାମ ସ୍ଥିତ ମlହାମଣ୍ଡେଳେସ୍ୱର ପୂଜ୍ୟ ସ୍ୱାମୀ କେଶବାନନ୍ଦ ସରସ୍ବତୀଜୀ ମହାରାଜ ଉଦଘାଟନ କରି କହିଥିଲେ ଅତୀତରେ ବହୁ ସାଧୁସନ୍ଥ ଙ୍କ ପବିତ୍ର ଚରଣ ଏଠାରେ ପଡି ଏହି ଧାମକୁ ପବିତ୍ର କରି ଆସିଥିବା ବେଳେ ଏଠାରେ ଶ୍ରୀମଦ ଶୁକଦେବ ଗୋସ୍ୱାମୀ ଙ୍କ ମୁଖର ବିନ୍ଦରୁ ଶ୍ରୀମଦ ଭାଗବତ ଗୀତା ଶ୍ରବଣ କରି  ପରୀକ୍ଷିତ ମହାରାଜ ଓ ଅନେକ ସାଧୁ ସନ୍ଥମlନେ କିଭଳି ବୈକୁଣ୍ଠପ୍ରାପ୍ତ ଲାଭ କରିଥିଲେ ସେ ସମ୍ପର୍କ ରେ କହିବା ସହ  ଏହି ପବିତ୍ର ଭୂମି ର ମହାତ୍ମା  ସମ୍ପର୍କ ରେ  ସେ ବର୍ଣନା  କରିଥିଲେ.କାର୍ଯ୍ୟକ୍ରମ ର ପ୍ରଥମ ଦିବସ ର ପ୍ରାରମ୍ଭରେ ପବିତ୍ର ଗଙ୍ଗାନଦୀ ରୁ କଳସ ଯାତ୍ରା ଅଣାଯାଇ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା. ସପ୍ତାହ ବ୍ୟପି ଅନୁଷ୍ଠିତ ହୋଇଥିବା ଏହି ଶ୍ରୀମଦ ଭାଗବତ କଥାମୃତ କୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରି ଙ୍କ ପରମଭକ୍ତ ତଥା ଶିଷ୍ୟ, ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜ ଧାରାବାହିକ ଭାବେ ଭାଗବତ କଥାମୃତ ପରିବେଷଣ କରିବା ସହ ଗୀତ ର ବିଭିନ୍ନ ଶ୍ଳୋକ ଆବୃତ୍ତି କରି  ଶ୍ରୀକୃଷ୍ଣ ଜନ୍ମ, ସମୁଦ୍ର ମନ୍ଥନ, ବଳିବାମନ  ଚରିତ, ଧ୍ରୁବ ଚରିତ, ଅଜମିଳ ଚରିତ ଭଳି ଭାଗବତ ରେ ଥିବା ବିଭିନ୍ନ କଥାବସ୍ତୁ କୁ ଅତି ପ୍ରାଞ୍ଜଳ ଭାବେ ନିଜ ସୁଲଳିତ କଣ୍ଠ ରେ ବ୍ୟାଖ୍ୟା କରିଥିଲେ. ଯାହା ଉପସ୍ଥିତ ଦର୍ଶକ ଙ୍କୁ ଆଧ୍ୟାତ୍ମିକ ଭାବ ଜାଗୃତି କରାଇଥିଲା. ଶେଷରେ ବାବା ସତ୍ୟନନ୍ଦ ଦାସ ମହାରାଜ ଙ୍କୁ ଆୟୋଜକ ଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା.ଉଦଯାପନୀ ଦିବସ ରେ ବହୁ ସାଧୁସନ୍ଥ ଯୋଗ ଦେବା ସହ ଏକ ବିଶାଳ ଭଣ୍ଡାରା ର ଆୟୋଜନ ହୋଇଥିଲା.ଏହି ପବିତ୍ର କାର୍ଯ୍ୟକ୍ରମ କୁ ଭୁବନ କୁମାର ମହାରଣା, ଦେବେନ୍ଦ୍ର ନାଥ ପରିଡା, ରବୀନ୍ଦ୍ର କୁମାର ବିଶ୍ୱାଳ, ପ୍ରକାଶ ପଟନାୟକ, ସନ୍ତୋଷକୁମାର ମହାନ୍ତି, ଗୋପାଳ ଚରଣ ଖଟୁଆ, ସୋଭାଗ୍ୟ କୁମାର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ପ୍ରାର୍ଥନା ସଭାର ସଭାପତି ନିର୍ମଳ ଧଳ, ଶ୍ରୀଯୁକ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ଜଣାଯାଇଛି.

Leave A Reply

Your email address will not be published.