ସରକାର ଗରୀବ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି କିନ୍ତୁ ତାହା ଦଲାଲଙ୍କ ହାତରେ ପଡି ବାଟମାରଣା ହେଉଛି। ଏମତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ,ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଳି ଗ୍ରାମରେ।ସୂଚନା ଅନୁଯାୟୀ ପୋଖରୀ ଉନ୍ନତି କାମ ହେଉଛି କିନ୍ତୁ ଶ୍ରମିକ ବଦଳ ରେ ମେସିନ କରୁଛି କାମ।କୋଣସି ସୂଚନା ଫଳକ ନ ଲଗାଇ ଲକ୍ଷାଧିକ ଟଙ୍କାର ଆତ୍ମସାତ।ଏ ନେଇ ଆମେ ଟଙ୍କପାଣି ସରପଞ୍ଚ କୁ ଯୋଗାଯୋଗ କରିବାରୁ ସେ କହିଲେ ଏଇଟା ପଞ୍ଚାୟତ ଫଣ୍ଡ ଆଉ ସେଥିପାଇଁ ମେସିନ ରେ କାମ କରୁଛୁ।କିନ୍ତୁ ପ୍ରଶ୍ନ ହେଉଛି ଯଦି ବା ପଂଚାୟତ ଫଣ୍ଡ ତାହେଲେ ସୂଚନା ଫଳକ ଲାଗିନି କଣ ପାଇଁ?ଏହା ଦୁର୍ନୀତି ନୁହଁ ତୋ ଆଉ କଣ? ଏହାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରବାକୁ ସାଧାରଣ ରେ ଦାବୀ ହେଉଛି।କେବଳ ଏଇ ଗୋଟିଏ କାମ ନୁହଁ ଆଉ ଅନେକ କାମ ରେ ଦୁର୍ନୀତି କରୁଛନ୍ତି ଟଙ୍କପାଣି ପଂଚାୟତ ର ନବ ନିର୍ବାଚିତ ସରପଞ୍ଚ ବୋଲି ସାଧାରଣ ଜନତା ମତ ପ୍ରକାଶ କରିଛନ୍ତି।