ବାଲି ବୋଝେଇ ଚାରୋଟି ଟ୍ରକ ଜବତ ଜରିମାନା ଆଦାୟ
ଧାମନଗର- ଧାମନଗର ରେ ବେଆଇନ ବାଲି ମାଫିଆଙ୍କ ନିନ୍ଦ ହଯାଇଛି ପୋଲିସ ଏବଂ ପ୍ରଶାସନ, ଧାମନଗର ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ପ୍ରଭାବ ବଢ଼ି ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ରାତିଅଧିଆ ବିଭିନ୍ନ ସ୍ଥାନ ଓ ରାସ୍ତା ଘାଟରେ ଚଢ଼ାଉ କରି ଗାଡ଼ି ଜବତ ସହ ଜରିମାନା ଆଦାୟ କରାଯାଉଥିବା ଜଣାପଡିଛି। ହେଲେ ବାଲି ମାଫିଆ ମାନେ ସରକାରଙ୍କ ରାଜସ୍ୱ ଫାକି ସରକାରୀ ଅଧିକାରୀଙ୍କ ଆଖିରେ ଧୂଳି ପକାଇ ରାତି ଅଧିଆ ବିଭିନ୍ନ ନଦୀ କୂଳରୁ ବେଆଇନ ବାଲି ଚାଲାଣ କରିଚାଲିଛନ୍ତି। ସେପଟେ ନଦୀ କୂଳରେ ଅବସ୍ଥିତ ଲୋକ ମାନେ ବନ୍ଦ ଖସିବା ଭୟଭିତରେ ବସବାସ କରୁଥିବା ଅଭିଯୋଗ ହେଉଛି। ଏନେଇ ସୋମବାର ରାତିରେ ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରାଙ୍କ ସମେତ ଅଫିସ କର୍ମଚାରୀ ଏବଂ ଧାମନଗର ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ଓ ପୋଲିସ ଫୋର୍ସ ମିଳିତ ଭାବେ ବିଭିନ୍ନ ସ୍ଥାନ ରାସ୍ତା ଛକରେ ବାଲି ପରିବହନ କରୁଥିବା ବେଳେ ଚାରୋଟି ବାଲି ବୋଝେଇ ଟ୍ରକ ଜବତ କରାଯାଇଛି ଏବଂ ସରକାରଙ୍କ ରାଜସ୍ବ ଫାକି ଚାଲିଯାଉଥିଲେ ବୋଲି ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଥିବା ବେଳେ ଏମାନଙ୍କ ଗାଡ଼ି ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ଏବଂ ଏହି ଚଢ଼ାଉ କାର୍ଯ୍ୟ ଆଗକୁ ବ୍ୟାପକ କରାଯିବ ବୋଲି ତହସିଲରଙ୍କ ଠାରୁ ସୂଚନା ମିଳିଛି। ଏଭଳି ରାତିଅଧିଆ ପଦକ୍ଷେପ ଗ୍ରହଣ କରିବା ଫଳରେ ସରକାରଙ୍କ ରାଜସ୍ବ ଆଦାୟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।