ବାଲିଆପାଳ – ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱବନ୍ଦ୍ୟ , ସଂସ୍କୃତି ହେଉଛି ଭାରତୀୟ ସଭ୍ୟତାର ଆଧାର ଶୀଳା।ପାଶ୍ଚାତ୍ୟ ଅପ ସଂସ୍କୃତି ଏବେ ଭାରତରେ ତାର କାୟା ବିସ୍ତାର କରିଛି।ଯୁବ ପିଢ଼ି ଅପ ସଂସ୍କୃତି ପଛରେ ପଡିଛନ୍ତି।ମାଆ ମାଟି ପ୍ରତି ସେମାନଙ୍କ କୌଣସି ଆକର୍ଷଣ ରହୁ ନାହିଁ।ସଂସ୍କୃତି ବଞ୍ଚିଲେ ସଭ୍ୟତା ରହିବ।ମେଳା ମହୋତ୍ସବ ଜରିଆରେ ଅପ ସଂସ୍କୃତିକୁ ରୋକାଯାଇ ପାରିବ ବୋଲି ମଙ୍ଗଳବାର ବାଲିଆପାଳ ନେତାଜୀ ଷ୍ଟାଡିୟମରେ ଅନୁଷ୍ଠିତ ବାଲିଆପାଳ ଗ୍ରାମୀଣ ମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥି ମାନେ ଯୋଗ ଦେଇ ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି।ମେଳା କମିଟି ର ବରିଷ୍ଠ କାର୍ଯ୍ୟକାର୍ତ୍ତା ଅଧ୍ୟାପକ ଡକ୍ଟର ସୁଶାନ୍ତ କୁମାର ଦାସଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ବାଲିଆପାଳ ବି ଡ଼ିଓ ଦୀପକ କୁମାର ଦାଶ ମୁଖ୍ୟ ଅତିଥି , କବି ଓ ସାହିତ୍ୟିକ ଅଧ୍ୟାପକ ସୁକାନ୍ତ ଗିରି ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ଯୁବ ଶିଳ୍ପ ଉଦ୍ବୋଗୀ ପ୍ରଦୀପ କୁମାର କର ଯୋଗ ଦେଇ ଥିଲେ।କମିଟି ସଭ୍ୟ ରାଧାକୃଷ୍ଣ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତାପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ , ମନୋଜ କୁମାର ଜେନା ,ସେକ ଦାଦୁ, ଏସ କେ ମସିରୁଦ୍ଦିନ ,ସଦାଶିବ ସେଠୀ, ରତିକାନ୍ତ ପାତ୍ର,ହରେକୃଷ୍ଣ ଦାସ,ସଞ୍ଜୀବ କୁମାର ପାତ୍ର,ହରବନ୍ଧୁ ଜେନା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ମେଳା କମିଟି ପକ୍ଷରୁ ଅପରାହ୍ନରେ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ମେଳାରେ ମୀନା ବଜାର ,ନାଗର ଦୋଳି ଓ ମେଲୋଡି କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇ ଥିଲା।