ପାଟଣାଗଡ : (ଆଲୋକ ପାଣିଗ୍ରାହୀ )ସରକାର ଶିକ୍ଷା ର ଗୁଣାତ୍ମକ ମୂଲ୍ୟ ବୃଦ୍ଧି ସଙ୍ଗେ ବିଦ୍ୟାଳୟ ର ସଫଳ ରୂପାନ୍ତରଣ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ହେଲେ ଏମିତି କିଛି ବିଦ୍ୟାଳୟ ଅଛି ସେଠି ବିଦ୍ୟାଳୟ ର ଅବସ୍ଥା ଅତି ଶୋଚନୀୟ ଅବସ୍ଥା ରେ ରହିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବେଲପଡ଼ା ବ୍ଲକ୍ ର ରାଡବାହାଲ ଗ୍ରାମ ରେ । ସ୍କୁଲ୍ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁବିଧା ଅଛି । ସ୍କୁଲ୍ ରେ 5 ଜଣ ଶିକ୍ଷକ ସହ 200 ଛାତ୍ର ଛାତ୍ରୀ ମଧ୍ୟ ଅଛନ୍ତି । କିନ୍ତୁ ସ୍କୁଲ ରେ କୋଠରୀ ଅଛି ମାତ୍ର ତିନିଟି । ଗୋଟିଏ ଶ୍ରେଣୀଗୃହ ରେ କେତୋଟି ଛୁଆ ବସୁ ଥିବେ, ଆଉ ପାଠ ପଢା କେମିତି ହଉ ଥିବ ତାହା ଜଳ ଜଳ ହେଇ ଦିଶୁଛି । ସ୍କୁଲ୍ ର ଅବସ୍ଥା ଏତେ ଶୋଚନୀୟ ହେଇ ଗଲାଣି ଯେ ତାହାର କିଛି ଅଂଶ କୋଣସି ମୁହୂର୍ତ୍ତ ରେ ମଧ୍ୟ ଖସି ପାରେ । ତା ଉପରେ କିଛି ଜାଗା ରେ ବର୍ଷା ମାସେ ଛାତ ରୁ ପାଣି ଝରୁଥିବା ର ମଧ୍ୟ ସୂଚନା ମିଳିଛି । ଯେହେତୁ ଶ୍ରେଣୀ ଗୃହ ର ଅଭାବ ରହିଛି , ଛାତ୍ର ଛାତ୍ରୀ ମାନଙ୍କୁ ବାରଣ୍ଡା ରେ ମଧ୍ୟ ବସି ପାଠ ପଢିବା ଦେଖିବାକୁ ମିଳିଛି ।
ସ୍କୁଲ୍ କମିଟି କୁ ୟେ ବାବଦ ରେ ପଚରା ଯିବାରୁ ସେମାନେ ଜଣାଇଲେ ଜେ ସ୍କୁଲ ର ୟେ ସବୁ ସମସ୍ୟା ଗୁଡ଼ିକୁ ଲିଖିତ ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ବୀ .ଇ .ଓ ଙ୍କୁ ବାରମ୍ବାର ଦେଲା ପରେ ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି । ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି କି ଯଦି କିଛି ଅଘଟଣ ଘଟେ ତାହେଲେ ଦାଇ କିଏ ରହିବ ? ଗରିବ ପିଲା ମାନଙ୍କ ପ୍ରତି ସ୍ଥାନୀୟ ଅଫିସର ମାନଙ୍କର ଏତେ ବେପରୁଆ ମନୋଭାବ କାହିଁକି ? ସେମାନେ ମଧ୍ୟ ଉଚ୍ଚ ଶିକ୍ଷା ଲାଭ କରି ଆଜି ଉଚ୍ଚ ଅଧିକାରୀ ପଦବୀ ରେ ଅଛନ୍ତି , ହେଲେ ସେମାନେ ଏଠିକାର ଛାତ୍ର ର ସମସ୍ୟା କୁ ଅଣଦେଖା କରିଛନ୍ତି କଣ ପାଇଁ ? ଏଠି ସେମାନଙ୍କ ବେପରୁଆ ମାନସିକତା ,ଏବଂ ଶିକ୍ଷା ଓ ମାନବୀୟତା ର ହାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ୟେ ସମସ୍ୟା ର ଶୀଘ୍ର ସମାଧାନ ପାଇଁ ଦାବୀ କରିଛନ୍ତି ।