ସାକାର କରିବା ପାଇଁ ଦୃଢ ମନୋବଳ, ଇଚ୍ଛା ଶକ୍ତି ଓ ବାରମ୍ବାର ପରିଶ୍ରମ ହିଁ ମଣିଷର ସଫଳତା କୁ ଆଗକୁ ନେଇଥାଏ | କିନ୍ତୁ ଏମିତି ବି ଅଘଟଣ ଆସେ ଇଚ୍ଛା ଶକ୍ତି ଥାଇ ବି ମଣିଷର ଆଗରେ ହାର ମାନେ ଆର୍ଥିକ ପରିସ୍ଥିତି ଓ ଘରୋଇ ସମସ୍ୟା କିନ୍ତୁ ସେହି ଆର୍ଥିକ କଣ୍ଟା କୁ ବି ଏଡେଇ ଦେଇ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଆଦିବାସୀ ସମାଜର ଟେକ ଏବଂ ଅନୁନ୍ନତ ଅଂଚଳ କୁ ଉନ୍ନତ କରିବାର ସ୍ବପ୍ନ ଦୁଃଖ ଜଞ୍ଜାଳ ଗରିବୀର ତାଡନାରେ ଜର୍ଜରିତ ହୋଇ ଭୋକ ଉପାସରେ ଦିନ ରାତି ପରିଶ୍ରମ କରି ଦିନେ ହାକିମ ହେବାର ସ୍ବପ୍ନ ଆଜି ଦୋହଲାଇଦେଇଛି | ପ୍ରତ୍ୟେକ ମା ବାପା ପରିବାର ର ସ୍ବପ୍ନ ଥାଏ ପିଲା ପାଠ ପଢି ଚାକିରୀ କରିବ ଦିପଇସା ରୋଜଗାର କରି ପରିବାର କୁ ସୁଖ ଶାନ୍ତିରେ ରଖିବ ଏଭଳି ମନୋଭାବ ରଖିଥିଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦୁର୍ଗମ ପାହାଡିଆ ଘୁନସର ଗ୍ରାମପଞ୍ଚାୟତ ଅଧୀନ ସାନବାଞ୍ଜିପାଲି ଗ୍ରାମର କମଳ ବରିହା ଙ୍କର ପରିବାର ବର୍ଗ କିନ୍ତୁ କେଉଁଠି ଥିଲା ସେହି କଳାମେଘିଆ ମେଘ ହଠାତ ସେହି ସିଭିଲ ସର୍ଭିସ(IAS) ହେବାର ଅସୁମାରୀ ସ୍ବପ୍ନ କୁ ପେଟ ଯନ୍ତ୍ରଣା ରୋଗରେ ଗ୍ରାସିତ କରି ଯୁବ ପ୍ରତିଭା ଆଦିବାସୀ ଯୁବକ ପରିଶ୍ରମୀ କମଲ ବରିହା ଙ୍କୁ ଦୁର୍ବଳ କରି ବୃଦ୍ଧ ଲୋକଙ୍କ ଭଳିଆ ଖଟରେ ପକେଇ ଦେଇଥିବାରୁ ସରଳ ମାତାପିତା ଏବଂ ଦିବ୍ୟାଙ୍ଗ ଭାଇ ଘୋର ଚିନ୍ତାରେ ରହିଛନ୍ତି | କମଳ ହିଁ ଏକମାତ୍ର ରୋଜଗାରିଆ ପିଲା ଥିଲେ ସେହି ଅଭାବ ଅନାଟନ ପରିବାର ଭିତରେ ଯେଉଁ ଦିନ ଠାରୁ କମଳ ପେଟ ଯନ୍ତ୍ରଣା ରୋଗରେ ପୀଡିତ ହେଲେ ସେହି ଦିନ ଠାରୁ ପରିବାରରେ ଜଳୁନି ଚୁଳି କି? ପାଟିକୁ ଯାଉନି ଅନ୍ନ ସମସ୍ତେ ମୁହଁ କୁ ମୁହଁ ଚାତକପରି ଚାହିଁ ବସିଛନ୍ତି ଓ ସରକାର କୁ ପୁଅର ଚିକିତ୍ସା ଖର୍ଚ୍ଚ ପାଇଁ ମା ଆକୁଳ ନିବେଦନ କରୁଛନ୍ତି | ପିଲାର ଅପରେସନ ସଫଳ ହେବା ପାଇଁ କମଳ ର ମା ବାପା ଯାହା ଥିଲା ଜମିବାଡ଼ି ବିକ୍ରି କରି ପୁଅର ଚିକିତ୍ସା କରାଇଥିଲେ | କିନ୍ତୁ ଅପରେସନ ବାରମ୍ବାର ଅସଫଳ ଏବଂ ଆର୍ଥିକ ଅସୁବିଧା ହେତୁ ସେ ବର୍ତମାନ ନିଜ ଗାଁ ସାନବାଞ୍ଜିପାଲି ରେ ସେହି ପେଟ ଯନ୍ତ୍ରଣା ରୋଗ ସହିତ ଲଢେଇ କରୁଛନ୍ତି | ବିଭିନ୍ନ ସୋସିଆଲ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ରେ ଖବର ପ୍ରସାରିତ ହେବାରୁ ଆଜି ମାଲପଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 2010/12 ଛାତ୍ର ମାନେ କମଳ ବରିହା ଙ୍କ ଘରକୁ ଯାଇ ଚିକିତ୍ସା ପାଇଁ ଦୁଇ ଥର କରି 17500 (ସତର ହଜାର ପାଞ୍ଚ ସହ ଟଙ୍କା )ଆର୍ଥିକ ସହଯୋଗ କରିଥିଲେ | ମାଲପଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବର୍ଷ 2010/12 ଛାତ୍ର ମାନଂକ ଙ୍କର ଏପରି ମହତ କାର୍ଯ୍ୟ କୁ ଅଞ୍ଚଳ ନୁହେଁ ଜିଲ୍ଲା ସାରା ପ୍ରଶଂସା କରୁଥିବାର ଖବର ଶୁଣିବାକୁ ମିଳୁଛି |