ବିଶୋଇ ଥାନା!ବିଷ ଖାଇ ଯୁବକର ଆତ୍ମହତ୍ୟା

ରାଇରଙ୍ଗପୁର – ଦିନକୁ ଦିନ ଅସ୍ଥିର ହେଉଛି ସମାଜ । ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଯାହାକି ଚିନ୍ତାର ବିଷୟ । ଏହାକୁ ନେଇ ସମାଜର ସବୁବର୍ଗର ଲୋକେ ଚିନ୍ତିତ ।ମାନସିକ ଚାପ,ଆର୍ଥିକ ଦୁରାବସ୍ଥା, ସାମାଜିକ ନ୍ୟାୟ, ପାରିବାରିକ ଗଣ୍ଡଗୋଳ,ଜମିବାଡ଼ି ଗଣ୍ଡଗୋଳକୁ ନେଇ  ସମାଜରେ ଆତ୍ମହତ୍ୟା ବୃଦ୍ଧି ପାଉଥିବାରୁ ଲକ୍ଷ କରାଯାଉଛି । ସୁଚନା ଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ବଡଦୁଲା ମାରାଣ୍ଡି  ବୁଧବାର ରାତି ୯ ଟା ପାଖାପାଖି ସମୟରେ ଘରେ କେହା ନଥିବାବେଳେ  କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ଖାଇଥିଲେ ।ଛଟପଟ ହେଉଥିବା ସମୟରେ ଘରଲୋକେ ପହଞ୍ଚି ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଏହି ଣୁଥିବା ସମୟରେ ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା । ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶଵ‌ଵ୍ଯଵଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.