ବିଧବା ମହିଳାଙ୍କ  ନିଜସ୍ଵ ପଟ୍ଟା  ଜମିରେ  ଆରଡ଼ି ବିଭାଗୀୟ ବାବୁମାନଙ୍କ ଦବଙ୍ଗିରିରେ ଅର୍ଡି ରାସ୍ତା ତିଆରି

 ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଆଦିବାସୀ ବିଧବା ମହିଳାଙ୍କ ନିଜସ୍ଵ ପଟ୍ଟା ଜମିରେ ଆରଡି ବିଭାଗର ବାବୁମାନେ ଦାଦାଗିରିକରି ରାସ୍ତା ତିଆରି କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ରାଜ୍ୟ ସରକାର ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏଠି ଓଲଟା ଖବର ଶୁଣିବାକୁ ମିଳିଛି। ପ୍ରାପ୍ତ ଖବର ଅନୁସାରେ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସ୍ଥିତ ପଲସାମାଲ ଗ୍ରାମର ସ୍ୱର୍ଗତ ସହଦେବ ନାଏକ,ଏକ୍ସସାଇଜ ଇନିସଷ୍ପେକ୍ଟର ଭାବରେ କାର୍ଯ୍ୟରତ ଥାଇ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ସ୍ତ୍ରୀ କସ୍ତୁରୀ ନାମରେ ସିନାପାଲି ବ୍ଲକର ଉପାନ୍ତ ଘାଟମାଲ ଗ୍ରାମରେ ପାଖାପାଖି ଚଉଦ ଏକର ଜମି ରହିଅଛି। ଉକ୍ତ ଜମି ଉପରେ ଖଡ଼ିଆଳ ଆରଡ଼ି ବିଭାଗ ଦ୍ୱାରା ଉଦନ୍ତି ନଦୀରେ ବ୍ରିଜ ନିର୍ମାଣ କରିଛନ୍ତି। ସେଇଟା କିନ୍ତୁ ସତ କଥା କିନ୍ତୁ ବ୍ରିଜର ଆର ପଟକୁ କସ୍ତୁରୀ ନାଏକଙ୍କ ଲଗାଣ ପଟ୍ଟା ଜମିଥିବାବେଳେ ସେହି ଜମିରେ ଆମ୍ବ ଓ କଦଳୀ ବଗିଚା କରି ନିଜର ପରିବାର ପ୍ରତିପୋଷଣ ତଥା ଗୁଜୁରାଣ ମେଣ୍ଟାଇବା ପାଇଁ ଭାବିଥଲେ।କିନ୍ତୁ ତାହା ଓଲଟା  ପ୍ରକାର ହେଲା ବିଧବା କସ୍ତୁରୀ ନିଜସ୍ଵ ପଟ୍ଟା ଜମିରେ କରିଥିବା ଆମ୍ବ ଗଛ ଓ କଦଳୀ ଗଛକୁ ଭାଙ୍ଗି ଦେଇ ଆରଡ଼ି ବିଭାଗିୟ ବାବୁ ମାନେ ପଟ୍ଟା ଧାରିଙ୍କୁ ନ ବୁଝି ମନ ମୁଖୀ ଭାବେ ରାସ୍ତା ତିଆରି କରିଦେଥିବା ଦେଖିବାକୁ ମିଳିଥିବାବେଳେ ତାଙ୍କ ପରିବାର ପକ୍ଷରୁ ସିନାପାଲି ଥାନାରେ କେଶ ମଧ୍ୟ କରାଜାଇଛି। ଓ ଉକ୍ତ ବିଷୟକୁ ନେଇ ଆରଟି ଆଇ ଫାଇଲ ମଧ୍ୟ କରିଛନ୍ତି। କିନ୍ତୁ ତାଙ୍କ କଥାକୁ  ଆର୍ଡି ବିଭାଗ ଭ୍ରୁକ୍ଷେପ କରୁନାହାନ୍ତି କି ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରିନାହାଁନ୍ତି। ଓ ରାସ୍ତା କାମ କରିଚାଲିଛନ୍ତି। ତାଙ୍କୁ ଆଜି ପର୍ଯ୍ୟନ୍ତ ଦିନେ ମଧ୍ୟ  ଆରଡ଼ି ବିଭାଗର କର୍ମଚାରୀ ମାନେ ଖବର ଟିଏ ମଧ୍ୟ ଦେଇନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। କିନ୍ତୁ ଏଠି ପ୍ରଶ୍ନବାଚି ସୃଷ୍ଟି ହେଉଛି କି ନାଏକଙ୍କ ନିଜସ୍ଵ ଜମିରେ କୋଟି କୋଟି ଟଙ୍କାର ରାସ୍ତା ତିଆରି ହେଲା କେମିତି ଓ ଉକ୍ତ କାମର ବିଲ ପାସ ହେଲା କେମିତି। ଏହାର ଉଚିତ ପଦକ୍ଷେପ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ସହ ଅଭିଯୁକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ପରିବାର ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.