ବରଗଛର ଶତାୟୁ ଜନ୍ମଦିନ ପାଳନ କଲେ କାଙ୍କଡ଼ପାଳର ଜନପ୍ରତିନିଧି

ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମର ଶ୍ରୀ ଗଣେଶ ଯୁବକ ସଂଘ ପକ୍ଷରୁ ମଙ୍ଗଳପୁର -ଟମକା ରୋଡ଼ର ଗାଁ ପାର୍ଶ୍ଵରେ ଥିବା ଶତାୟୁ ବର ବୃକ୍ଷର ଜନ୍ମଦିନ ପାଳନ କରାଯାଇଥିଲା।କାଙ୍କଡ଼ପାଳଗ୍ରାମ ପଞ୍ଚାୟତର  ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ କୁମାର ପରିଡା,  କୁହିକା ପ୍ରାର୍ଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସାକ ସାନ୍ତୁନୁ କୁମାର ମିଶ୍ର ଅତିଥିଭାବେ ଯୋଗ ଦେବାସହ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ,ଗାଁ ମୁଖିଆ ତଥା ପରିବେଶ ବିତ ଶ୍ରୀଯୁକ୍ତ ପୂର୍ଣ୍ଣି ଚନ୍ଦ୍ର ମିଶ୍ର ଯୋଗଦାନ ଦେଇ ବିଶ୍ୱ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କ୍ଷେତ୍ରରେ ବୃକ୍ଷର ଆବଶ୍ୟକତା ଓ ସୁରକ୍ଷା ଅପରିହାର୍ଯ୍ୟ ।ପ୍ରତ୍ୟେକ ଲୋକ ନିଜ ଜୀବନ କାଳ ମଧ୍ୟରେ ପରବର୍ତ୍ତୀ ପିଢିଙ୍କ ସୁରକ୍ଷା ନିମନ୍ତେ ଅନ୍ୟୁନ ଗୋଟିଏ ବୃକ୍ଷରୋପଣ କରି ସବୁଜ ଓ ସୁସ୍ଥ ପୃଥିବୀ ପାଇଁ ଯତ୍ନବାନ ହେବା ଜରୁରୀ ବୋଲି ଅତିଥି ମାନେ ଜନସଧାରଣଙ୍କୁ ସଚେତନ କରିବା ସହ ବିଭିନ୍ନ ପ୍ରଜାତିର ଫଳ ବୃକ୍ଷ ବଣ୍ଟନ କରିଥିଲେ । ଆଗାମୀ ଦିନରେ ରୋଡ଼ର ପ୍ରସସ୍ଥି  କାରଣ ଯୋଗୁଁ ଅନେକ ବୃକ୍ଷ କଟା ଯିବାର ସମ୍ଭାବନା ଦେଖାଦେଇଛି ଏହା ନକରି ସୁରକ୍ଷିତ ଭାବେ ଗଛଗୋଡିକୁ ଅନ୍ୟତ୍ର ଟ୍ରାନ୍ସଲୋକେସନ କରିବା ପାଇଁ କ୍ଲବ ସମ୍ପାଦକ ଚିଠ ଲେଖି ଜିଲ୍ଳାପାଳଙ୍କୁ ଦାବି ଜଣାଇଛନ୍ତି।

Leave A Reply

Your email address will not be published.