କଣ୍ଠଦେଇ ଙ୍କ ଦୁଃଖ ପ୍ରଶାସନ ପାଖରେ ପହଞ୍ଚାଇବାକୁ ଚିତ୍ର ଶିଳ୍ପୀ ଙ୍କ ପ୍ରୟାସ

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ବାଲିପଟା ଗାଁ ର କଣ୍ଠ ଦେଇ ବିଶି ରହୁଥିବା ଉଇହୁଙ୍କା ଭଳିଆ ମାଟିରେ ତିଆରି ଘର ଚର୍ଚ୍ଚା ରେ ରହିଛି. ସେ ସରକାର ଠୁ 2010ରେ ପାଇଥିବା ଘର ତିଆରି କରିପାରି ନାହିଁ, ହେଲେ ପାଟଣାଗଡ ବିଡ଼ିଓ ଙ୍କ ଠାରେ ଖବର ନ ଥିଲା. ପରେ ଖବର ପାଇ କଣ୍ଠଦେଇ କୁ ନେଇ ଟା ଝିଅ ଘରେ ରଖିଲା ବ୍ଲକ ପ୍ରଶାସନ. କିନ୍ତୁ ଚର୍ଚ୍ଚା ଥମିବାର ନା ନେଉନି, ତାର   ତିଆରି ଘର ବେଶୀ ଚର୍ଚ୍ଚା ହୋଇଛି.ଏହାକୁ ତୁଳିରେ ଲୋକଙ୍କୁ ନଜର କୁ ଆଣିବାକୁ ଚେଷ୍ଟା କରିଛନ୍ତି ୨ ଜଣ ଚିତ୍ର ଶିଳ୍ପୀ. ବର୍ତମାନ ର ସ୍ଥିତି ରେ ଯେଉଁଠି ସରକାର ବହୁତ ଗୁଡିଏ ଯୋଜନା ରେ ଲୋକଙ୍କୁ ଘର ଦେଉଥିବା ଡିମଡ଼ିମି ପିଟୁ ଥିବା ବେଳେ ଦୁଃଖ ଦେଇ କେମିତି ଏକ ଘରେ ବିଡ଼ିଓ ଙ୍କ ନଜର ଆଢୁଆଳ ରେ ରହୁଛନ୍ତି ଚିତ୍ର ମାଧ୍ୟମରେ ବର୍ଣନା କରିଛନ୍ତି. ଏଇ ୨ ଚିତ୍ର ଲୋକଙ୍କ ମୋବାଇଲ ରେ ବହୁତ ଘୁରି ବୁଲୁଛି. ଜଣେ ଚିତ୍ର ଶିଳ୍ପୀ ହେଲେ ସେବିକା ରାଜହଂସ, ସେ ଜଣେ ସମାଜ ସେବି ତଥା ମହିଳା ଓକିଲ ଆଉ ଜଣେ ହେଲେ ତେଣ୍ଡାପଦର ଗାଁ ର ଛାୟାକନ୍ତ ସାହୁ ଙ୍କ ଝିଅ ଷ୍ଟାଲିନ ସାହୁ ପାଟଣାଗଡ ବିଦ୍ୟାବିକାଶ ଏକାଡେମୀ ର 7th କ୍ଲାସ ର ଛାତ୍ରୀ. ଉଭୟ ଙ୍କ ଚିତ୍ର ଙ୍କୁ ଦେଖି ଲୋକେ ବହୁତ ପ୍ରଶଂସା କରିଛନ୍ତି.

Leave A Reply

Your email address will not be published.