ବୋଡେ଼ନକୁ ଫେରିଲା ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ ଦେହ

ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦାଦନ ଖଟିବାକୁ ଯାଉଥିବା ବଢିବାରେ ଲାଗିଥିବା ବେଳେ ଏବେ ତାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଡେ଼ନ ବ୍ଲକ କରଙ୍ଗାମାଲ ଗ୍ରାମପଞ୍ଚାୟତ ସ୍ଥିତ କୁଳେକେଲା ଗ୍ରାମରେ ଲୋକନାଥ ବାଗ ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ବାଗ ପୁଅ ହିତେଶ ବାଗ ନିଜ ଗାଁରେ ରହି ଆରାମରେ ନିଜ ପରିବାର ଲୋକଙ୍କ ସହ ଦିନ ବିତାଇ ଆସୁଥିଲେ। କିନ୍ତୁ ସ୍ଥାନୀୟ ଜଣେ ମହିଳା ତାଙ୍କୁ ଟଙ୍କା ଲୋଭ ଦେଖାଇ କଣ୍ଟାବାଞ୍ଜିର ଅର୍ଜୁନ ବେହେରା ନାମକ ଏକ ସର୍ଦ୍ଧାର ପାଖରେ ଦେଇଥିଲେ। ଓ ସେ ହାଇଦ୍ରାବାଦ ସ୍ଥିତ ଇମୁଗୁଣ୍ଡୁର ସେଟ ସୁରେଶ ରାଓଙ୍କୁ ଦେଇଥିଲେ। ପରେ କିଛି ଦିନ କାମ କରିବା ପରେ ହଟାତ ଲୋକନାଥଙ୍କ ଦେହ ଅସୁସ୍ଥ ହେବାରେ ଲାଗିଲା ଓ ସେ ବହୁ ଗୁରୁତର ହେବା ଦେଖି ସେଟ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଇ ଦେଇଥିଲା ଓ ଆସୁଥିବା ସମୟରେ ଅଧା ବାଟରେ ତାଙ୍କ ଜୀବନ ଚାଲିଯାଇଥିଲେ। କେମିତି ଏବେ ବିଧବା ସ୍ତ୍ରୀ ନିଜ ପୁଅକୁ ନେଇ ଆଗାମୀ ଜୀବନ ବିତାଇବା ତାହା ଏବେ ଚିନ୍ତାରେ ବିଧବା ମହିଳା। ନା ଅଛି ସରକାରଙ୍କ କିଛି ସୁବିଧା ନା ଅଛି ଚଲିବା ପାଇଁ କିଛି ବ୍ୟବସ୍ଥା ଜିଲ୍ଲାର ବୋଡେ଼ନ ବ୍ଲକ ଏକ ପଛୁଆ ଓ ପ୍ରଶାସନିକ ଅପହଞ୍ଚ ବ୍ଲକ ହୋଇଥିବା ଯୋଗୁଁ ସର୍ଦ୍ଧାର ମାନେ ପ୍ରଶାସନ ସହିତ ଲୁଚକାଳି ଖେଳିଲା ଭଳି ତାଙ୍କ ଆଖି ଆଗରୁ ବର୍ଷକୁ ବର୍ଷ ହଜାର ହଜାର ଦାଦନ ଶ୍ରମିକ ଦାଦନ ଚାଲାଣ କରୁଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ବୋଡେ଼ନ ପୋଲିସ ବିଭାଗ ହାତରେ ହାତ ରଖି ନିରବ ଦ୍ରଷ୍ଟା ସାଜିଥିବା ଦେଖି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି। କେବେ ଜିଲ୍ଲା ପ୍ରଶାସନର ଶୁଣିବ ଦାଦାନର ଦୁଃଖ କେବେ ଦାଦନ ମୁକ୍ତ ହେବ ନୂଆପଡ଼ା ଜିଲ୍ଲା ତାହା ଦେଖିବାକୁ ବାକିରହିଲା ।

Leave A Reply

Your email address will not be published.