ବାଲିଆପାଳ- ବାଲି ଚୋରା ଚାଲାଣ ପରେ ଏବେ ବାଲିଆପାଳ ଅଞ୍ଚଳରେ ବେଆଇନ ମାଟି ଚାଲାଣ ସମସ୍ୟା ସୃଷ୍ଟି କରିଛି।ମାଟି ମାଫିଆ ମାନେ ନଦୀ ବନ୍ଧକୁବି ଛାଡୁ ନାହାନ୍ତି।ପ୍ରତିଦିନ ଶହ ଶହ ମାଟି ବୋଝେଇ ଟ୍ରକ ଚାଲାଣ କରି ମାଫିଆ ମାନେ ମାଲେ ମାଲ ହେଉଛନ୍ତି।ପ୍ରଶାସନ ସବୁଜାଣି ଚୋପ ରହୁଛନ୍ତି। ଗ୍ରାମବାସୀ ମାନେ ଗ୍ରାମପ୍ରତି ବିପଦ ଜାଣି ମାଟି ବୋଝେଇ ଟ୍ରକ ଜବଦ କରି ପ୍ରଶାସନ ପାଖରେ ଜିମା ଦେବା ପରେ ଉତ୍କୋଚ ନେଇ ପ୍ରଶାସନ ମାଟି ବୋଝେଇ ଟ୍ରକକୁ ଛାଡି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ ବାଲିଆପାଳ ତହସିଲ ଠାରୁ ଏକ କିମି ଦୂରରେ ଥିବା ସୁବର୍ଣ୍ଣରେଖା ନଦୀ ବନ୍ଧ ତଳୁ ବେଆଇନ ଭାବରେ ଗତ ବୁଧବାର ମାଟି ଚୋରୀ କରି ବିକ୍ରି କରୁଥିବା ମାଟି ମାଫିଆଙ୍କ ଗାଡ଼ି ଜବତ କରି ଆଠବାଟିଆ ଗ୍ରାମବାସୀ ତହସିଲରେ ଜମା ଦେଇ ଧାରଣାରେ ବସିଲେ। ତୁରନ୍ତ ମାଟି ମାଫିଆ ଘଣ୍ଟିଆ ଓରଫ ସଞ୍ଜୟ ପାତ୍ରକୁ ଗିରଫ ଦାବି କରିଥିଲେ। ବିପଦରେ ବାଲିଆପାଳ ବ୍ଲକ ମଧୁପୁର, ଅସ୍ତି, ବାଲିଆପାଳ, ବିଷ୍ଣୁପୁର,ବଡାସ ପଞ୍ଚାୟତର ପଚାଶ ହଜାର ଲୋକଙ୍କ ଜୀବନ। ସୁବର୍ଣ୍ଣରେଖା ନଦୀ ତଟର ଏହି ପଞ୍ଚାୟତ ଗୁଡିକର ନଦୀ ବନ୍ଧ ଅସୁରଖୀତ। ବନ୍ଧ ତଳୁ ମାଟି ମାଫିଆ ମାନେ ପ୍ରତ୍ୟେକ ଦିନ ଜେସିବି ଲଗାଇ ଶହ ଶହ ଟ୍ରାକ୍ଟର ମାଟି ଉଠାଇ ବିକ୍ରି କରୁଛନ୍ତି। ସ୍ଥାନୀୟ ତହସିଲଦାର ଓ ତହସିଲ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଏହି ବେଆଇନ କାମ। ଜନ ସାଧାରଣ ଲିଖିତ ଅଭିଯୋଗ ପରେ ବି ହେଉନି କାର୍ଯ୍ୟନୁଷ୍ଠାନ। କେତେ ବେଳେ କାଁ ଭାଁ କାଗଜ କଲମରେ ଚଢ଼ାଉ କରି ମାଫିଆଙ୍କୁ ସୁହାଇଲା ପରି ଫାଇନ କାଟି ଚୁପ ବସୁଛି ପ୍ରଶାସନ। ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରୀ ପରେ ଏବେ ମାଟି ଊପରେ ମାଫିଆଙ୍କ ନଜର। କାର୍ପଟ ଦାର ସାଜିଛନ୍ତି ସ୍ଥାନୀୟ ପ୍ରଶାସନ । ମାଟି ଉଠା ପାଇଁ ନଦୀର ଗତିପଥ ବଦଳିବା ଆଶଙ୍କାରେ ଭୟଭୀତ ଗ୍ରାମବାସୀ। ପ୍ରତ୍ୟେକ ବର୍ଷ ବନ୍ୟା ଆସିଲେ ଏହି ସବୁ ଗାଁ ର ପ୍ରଭୂତ ଖ୍ୟତି ହେଉଥିବା ବେଳେ ଚଳିତ ବର୍ଷ ବନ୍ୟା ଆସିଲେ ଶତାଧିକ ଗାଁ ନଦୀ ଗର୍ଭ ରେ ଲୀନ ହେବାର ଆଶଙ୍କା ରହିଛି। ପ୍ରଶାସନ ନଦୀ ବନ୍ଧରେ ମୁଠାଏ ମାଟି ପକାଇବା ପରିବର୍ତେ ମାଫିଆଙ୍କ ସହିତ ହାତ ମିଶାଇ ନଦୀ ଗର୍ଭରୁ ବାଲି ଓ ନଦୀ ବନ୍ଧ ତଳୁ ମାଟି ଚାଲାଣ କରିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଓ ଜୀବିକା ସହିତ ମାରାତ୍ମକ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଶହ ଶହ ଗ୍ରାମବାସୀ।ତୁରନ୍ତ ମାଟି ଓ ବାଲି ମାଫିଆଙ୍କୁ ଗିରଫ କରି ସେମାନଙ୍କ ଊପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହା ସମସ୍ତଙ୍କ ନଜର।ଏଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଙ ନେଲେ ଆଗାମିଦିନରେ ଆନ୍ଦୋଳନ କରାଯିବ ବୋଲି ଆଠବାଟିଆ ଗ୍ରାମର ନାରାୟଣ ପାତ୍ର,ମହେଶ୍ୱର ଜେନା,ସୁଶାନ୍ତ ଜେନା,କମଲୋଚନ ଜେନା,ରାଜେଶ ଜେନା,ସତ୍ୟବ୍ରତ ପାତ୍ର ଅଭିଯୋଗ କରିଛନ୍ତି।