ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁ ର କଣ୍ଠଦେଇ ବିଶି କିଛି ଦିନ ହେଲା ତାଙ୍କ ଉଇହୁଙ୍କା ଭଳିଆ ମାଟି ଘରେ ରହିବାକୁ ନେଇ ଚର୍ଚ୍ଚା ରେ ରହିଆସିଛନ୍ତି. ସରକାର ଙ୍କ ତରଫରୁ 2009/10ରେ ଏକ ଘର ପାଇକି ତିଆରି କରିପାରି ନ ଥିଲେ. କିନ୍ତୁ ବ୍ଲକ ପ୍ରଶାସନ ପାଖରେ ଖବର ନ ଥିଲା. ଅନେକ ଖବର କାଗଜ ଓ ଇଲେକ୍ଟ୍ରୋନିକ ଗଣ ମାଧ୍ୟମରେ ପ୍ରକାଶ ପରେ କଣ୍ଠଦେଇ ବିଶି ଙ୍କୁ ନେଇ ତାଙ୍କ ଝିଅ ଘରେ ସୋଳବନ୍ଧ କୁ ନେଇ ପ୍ରଶାସନ ରଖିଥିଲେ. ସବୁ ଆଲୋଚନା ଖବର ପ୍ରକାଶ ପରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଷୋଳବନ୍ଧ ତାଙ୍କ ଝିଅ ଘରକୁ ଜାଇ କଣ୍ଠଦେଇ ବିଶି କୁ ଭେଟି ଆଲୋଚନା କରିଥିଲେ. ସାଥିରେ ତାଙ୍କ ଛୋଟ ଝିଅ, ଝିଅ ଜ୍ୱାଇଁ ଆଦି ଉପସ୍ଥିତ ଥିଲେ. ସେଠି ବିଧାୟକ ଶ୍ରୀ ମେହେର ତାଙ୍କ ଉଦାର ମନୋଭାବ, ତାଙ୍କ ଗରିବ ସାଥି ଭାବେ ନିଜକୁ ଉପସ୍ଥାପିତ କରି ଘର ତିଆରି କରିବାକୁ ତାଙ୍କ ବିଧାୟକ ଙ୍କ ଦରମା ରୁ 50ହଜାର ଟଙ୍କା ପ୍ରଦାନ କଲେ. ଏବଂ ଘର ପାଇଁ ଆଜି ଇଟା ମଧ୍ୟ ପଡିଯାଇଥିବା ଷୋଳବନ୍ଧ ଝିଅ ଘରେ. କିନ୍ତୁ ଷୋଳବନ୍ଧ ରେ କାହିଁକି ବୋଲି ଆମେ ଜାଣିବାକୁ ଚାହିଁଲୁ ଜେ ଯେହେତୁ ବାଲିପଟା ରେ କଣ୍ଠ ଦେଇ ଙ୍କୁ ଦେଖଭାଲ କରିବାକୁ କେହି ନାହିଁ ତେଣୁ ତାଙ୍କ ଝିଅ ଘରେ ତିଆରି କରାଯାଉଛି. ବିଧାୟକ କହିଛନ୍ତି ଜେ ପ୍ରଥମେ 50ହଜାର ଦିଆହୋଇଛି ଆଉ ପରେ ପୁଣି 50ହଜାର ଦିଆ ହେବ ବୋଲି ପ୍ରକାଶ କରିଛନ୍ତି. ଏଇ ଖବର କୁ ନେଇ ବିଧାୟକ ଙ୍କୁ ଅଞ୍ଚଳ ରେ ଧନ୍ୟବାଦ ଦେଇଛନ୍ତି. ଆଜିର କାର୍ଯ୍ୟକ୍ରମ ରେ ବିଧାୟକ ସହ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ନୀଳାକାନ୍ତ ବାଗ, ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ, ଜିଲ୍ଲାପରିଷଦ କସ୍ତୁରୀ ସେଠ, ସିମାଞ୍ଚଳ ପଧାନ ଏବଂ ଅନ୍ୟ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ.