ଜିଲ୍ଲା ଆଦିବାସୀ ସଂଘ ଦ୍ୱାରା ରାଜ୍ୟସଭା ସାଂସଦ ଙ୍କୁ ସମର୍ଦ୍ଧନା

ପାଟଣାଗଡ :ରାଜ୍ୟ ରେ କିଛି ଦିନ ତଳେ ରାଜ୍ୟସଭା ନିର୍ବାଚନ ସରିଛି. ଏଇ ନିର୍ବାଚନ ରେ ପାଟଣାଗଡ ବାସିନ୍ଦା ତଥା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା କୁ ମନୋନୀତ ବିଜେଡି ପ୍ରାର୍ଥୀ ହିସାବରେ ପରେ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିଲେ. ଏଇ ପରି ପେକ୍ଷୀରେ ଆଜି ପାଟଣାଗଡ କୁ ପ୍ରଥମେ ଆଗମନ ହେତୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସ୍ୱାଗତ ସମର୍ଦ୍ଧନା ଦେଇଥିଲେ. ପ୍ରଥମେ ରାମପୁର ରୁ ଏକ ରେଲି ମାଧ୍ୟମରେ ଆଦିବାସୀ ସଂଘ ର କର୍ମକର୍ତା ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନ କୁ ଆସିଥିଲେ. ଏବଂ ସେଠି ପାଟଣାଗଡ ବ୍ଲକ ଆଦିବାସୀ ସଂଘ ସଭାପତି ଅଷ୍ଟରତ୍ନ ବରିହା ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା. ଏଇ ସଭାରେ ଏନ ଏ ସି ସଭାପତି ଚନ୍ଦ୍ର ଶବର, ଦିଗସନ ନନ୍ଦ, ପୁରୁଷୋତ୍ତମ ଧରୁଆ, ବିମଲ ମେହେର ମଞ୍ଚସିନ ଥିଲେ. ରାଜ୍ୟସଭା ସଭ୍ୟ ନିରଞ୍ଜନ ବିଶି ମଧ୍ୟ ମଞ୍ଚସିନ ରହି ତାଙ୍କ ବକ୍ତବ୍ୟ ରେ ତାଙ୍କ ଏ ଜାଗାରେ ପହଂଚିବାର ଶ୍ରେୟ ନବୀନ ପଟ୍ଟନାୟକ ଙ୍କୁ ଦେଇଥିଲେ. ରାଜ୍ୟରେ ଦଳିତ, ଆଦିବାସୀ, ଗରିବ ଲୋକଙ୍କ ପାଖକୁ ଯୋଜନା ପହଂଚି ପାରୁନାହିଁ ତେଣୁ ଏ ସବୁ କେମିତି ଲୋକଙ୍କ ପାଖକୁ ପହଂଚିବ ସେଥିପାଇଁ ମୋତେ ବିଶ୍ୱାସ କୁ ନେଲେ ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ବିଶି ବକ୍ତବ୍ୟ ରେ କହିଲେ. ମୋର ରାଜ୍ୟସଭା ଗଲା ପରେ ଯେଉଁ ସମସ୍ୟା ପାଇଁ ଆନ୍ଦୋଳନ କରୁଥିଲୁ ସେ ସମସ୍ୟା ର ଦୂର ହେବ ଆଲୋଚନା ମାଧ୍ୟମରେ ବୋଲି ବକ୍ତବ୍ୟ ରଖିଥିଲେ. ଆଜିର ସଭାରେ 600ରୁ 800ଆଦିବାସୀ ସଦସ୍ୟ ଉପସ୍ଥିତ ଥିଲେ. ଗିରିଧାରୀ ଭୋଇ ସଭା ପରିଚାଳନା କରୁଥିଲେ.

Leave A Reply

Your email address will not be published.