ନୂଆପଡ଼ା ଜିଲ୍ଲାରେ ଅନେକ ସ୍ଥାନରେ ଖରା ଅଗ୍ନି ବର୍ଷା କରୁଥିବା ବେଳେ ଗାଧୋଇବା ପାଇଁ ହେଉବା ପିଇବା ପାଇଁ ହେଉ ଟୋପାଏ ପାଣିପାଇଁ ଲୋକେ ହନ୍ତଶନ୍ତ ହେଉଥିବା ଏମିତି ଏକ ଦୁଃଖଦିୟ ଚିତ୍ର ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମପଞ୍ଚାୟତରେ ଅନେକ ମାସ ହେବ ନଳକୂପ ଖରାପ ଥିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ପାଣି ମାରିବା ପରେ ମଧ୍ୟ ପାଣି ନ ବାହାରୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମରେ ୩ ରୁ ୪ ଟି ନଳକୂପ ରହିଥିବା ବେଳେ କୌଣସି ନଳକୂପର ପାଣି ପିଇବା ଯୋଗ୍ୟ ହେଉନାହିଁ। କେବଳ ଗୋଟିଏ ନଳକୂପ ରହିଥିଲା। ଯେଉଁଥିରୁ ପଡାବାସୀ ପିଇବା ପାଇଁ ପାଣି ଟୋପାଏ ପାଉଥିଲେ। କିନ୍ତୁ ନଳକୂପ ଖରାପ ହେବାର ଆଜକୁ ଅନେକ ମାସ ବିତିଗଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଦୃଷ୍ଟି ପଡୁନଥିବା ଗ୍ରାମବାସୀ ମତ ରଖିଛନ୍ତି। ଏହି ବିଷୟରେ ଆମେ ଦାଇତ୍ୱରେ ଥିବା ବୋଡେ଼ନ ପାନୀୟ ଜଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ। କିନ୍ତୁ ଆଜି ହେବ କାଲି ହେବ ବୋଲି ଦିନ ବଢ଼େଇ ଚାଲିଛନ୍ତି। ତେଣୁ ଯଦି ଅତିଶୀଘ୍ର ପଡାର ନଳକୂପ ମରାମତି କରାନଗଲେ ପଡ଼ାବାସୀ ବ୍ଲକ ଆଗରେ ଧାରଣା ଦେବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ପଡାର ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି।