କେନ୍ଦ୍ରାପଡ଼ା (ନି. ପ୍ର )ବାରମ୍ବାର ସାମ୍ବାଦିକ ଙ୍କ ଉପରେ ହେଉଛି ଆକ୍ରମଣ. ଚୁପ ବସିଛି ପୋଲିସ. ଦୁର୍ବୁତ୍ତ ଓ କୁଚକ୍ରୀ ମାନଙ୍କ ଆକ୍ରୋଶ ର ଶିକାର ହେଇଉଛନ୍ତି ଗଣମାଧ୍ୟମ ପ୍ରତିନିଧି. ଅଭିଯୋଗ ପରେ ବି ଶୁଣୁନି ପୋଲିସ..
ଆକ୍ରମଣ ସମୟ ର ଭିଜୁଆଲ ଭାଇରଲ ହେଉଛି. ସବୁ ଦେଖି ଚୁପ ବସିଛି ଚାନ୍ଦୋଳ ଫାଣ୍ଡି ପୋଲିସ.
ମିଛ ଖବର ପ୍ରସାରଣ ନକରିବାରୁ
ପାଟକୁରା ର ଜଣେ ଗଣମାଧ୍ୟମ ପ୍ରତିନିଧି ପ୍ରତୀକ ମିଶ୍ର ଙ୍କୁ ଆକ୍ରମଣ.
ପ୍ରତୀକ ଙ୍କୁ ଡେରାବିଶ ର କିଛି ରାଜନୈତିକ ଆକ୍ରୋଶ ମୂଳକ, ଉତ୍ତେଜନା ପୁର୍ଣ ଖବର ପ୍ରଶାରଣ ପାଇଁ କିଛି ଦୁର୍ବୁତ୍ତ ବାଧ୍ୟ କରିଥିଲେ. ଯେଉଁ ଖବର ରେ କିଛି ସତ୍ୟାସତ୍ୟ ନଥିବାରୁ ପ୍ରତୀକ ଏହି ଖବର କୁ ପ୍ରସାରଣ କଲେନାହିଁ . ଏହି ଘଟଣା ରେ ରାଗ ରଖି ଦୁର୍ବୁତ୍ତ ମlନେ ପ୍ରତୀକ ଙ୍କ ଖବର ସଂଗ୍ରହ କରି ଫେରିବା ବାଟ କୁ ଜଗି ବସିଥିଲେ. ପ୍ରତୀକ ଦାନପୁର ଲୁଣା ବ୍ରିଜ ଦେଇ ଫେରୁଥିବା ବାଟ ରେ ସେହି ଦୁର୍ବୁତ୍ତ ମାନଙ୍କ ସହ ସ୍ଥାନୀୟ ଅଞ୍ଚଳ ର ସଂଗ୍ରାମ ମିଶ୍ର ନାମକ ଯୁବକ ପ୍ରତୀକ ଙ୍କୁ ଅଟକାଇ ଭୁଜାଲି, କଟୁରୀ ସାହାଯ୍ୟରେ ତାଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ. ଫଳରେ ପ୍ରତୀକ ଙ୍କ ମୁଣ୍ଡ ଓ ହାତ ରେ ଆଘାତ ଲାଗିଥିଲା..
ପୁଣି ଦୁର୍ବୁତ୍ତ ଙ୍କ ମନ ଶାନ୍ତି ହେଲାନି ଯେ ସେମାନ ଙ୍କ ଲିଡର ସଂଗ୍ରାମ ମିଶ୍ର ପ୍ରତୀକ ଘରକୁ ଯାଇ ଘର ଉପରକୁ ମଧ୍ୟ୍ୟ ଆକ୍ରମଣ କରିଥିଲା. ଯାହାର କିଛି ଭିଜୁଆଲ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି.
ଏନେଇ ପ୍ରତୀକ ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ସଦର ଥାନାରେ ଚାନ୍ଦୋଳ ଫାଣ୍ଡି ମାଧ୍ୟମ ରେ ଅଭିଯୋଗ କରିଥିଲେ ବି ଏଯାଏଁ ପୋଲିସ ଦୁର୍ବୁତ୍ତ ମାନଙ୍କୁ ଧରିବାରେ ବିଫଳ ହୋଇଛି