ଦୀର୍ଘ କୋଡ଼ିଏ ବର୍ଷ ହେବ ବେଣାପଞ୍ଜରୀ ରୁ ଅଁଳାଯୋଡ଼ି କୁ ସଂଯୋଗ କରୁଥିବା ୩ କିଲୋମିଟର ମାଟି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା । ଖାଲ ଖମାରେ ପରିପୂର୍ଣ୍ଣ ଏହି ରାସ୍ତାରେ ବର୍ଷା ଦିନେ ଲୋକମାନେ ଯାତାୟାତ କରିବା ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ରାସ୍ତାଟି ଜଟଣୀ ଓ ସତ୍ୟବାଦୀ ଉଭୟ ଦୁଇଟି ନିର୍ବାଚନ ମଣ୍ଡଳୀ ର ଅନେକ ଗ୍ରାମକୁ ସଂଯୋଗ କରୁଛି ।ଆଜି ଏହି ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟିଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାସ୍ତା କୁ ପିଚୁ କରିବାପାଇଁ ଦେଢ଼ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ଏହା କେବଳ ଆମର ପ୍ରିୟ ନେତା ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ,ଜିଲ୍ଲାପାଳ ଖୋର୍ଦ୍ଧା ସଂଗ୍ରାମ କେଶରୀ ମହାପାତ୍ର, ବ୍ଲକ୍ ଅଧକ୍ଷା ଙ୍କ ପ୍ରତିନିଧି ବିଜୟ ଛୋଟରାୟ ଓ ବେଣାପଞ୍ଜରୀ ସରପଞ୍ଚ ଆରଜୁ ପରବିନ୍, ସରପଞ୍ଚ ପ୍ରତିନିଧି ସାହା ଜାଫର ଅଲ୍ଲୀ ଙ୍କ ଆପ୍ରାଣ ଉଦ୍ୟମରେ ସଫଳ ହୋଇପାରିଛି । ଏହି ରୋଡ ଯୋଗୁ ଅନେକ ଛୋଟ ବଡ଼ ଗାଁ ର ହଜାର ହଜାର ଲୋକ ଉପକୃତ ହେବେ ।ଅଞ୍ଚଳ ବାସୀ ଏହି କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।