ମଧ୍ୟାହ୍ନ ଭୋଜନ ଯୋଗାଣର ତଦନ୍ତ ଦାବି, ତଥ୍ୟ ନାହିଁ ଶିକ୍ଷା ବିଭାଗ ପାଖରେ

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ରେ ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ରେ ଅବହେଳା ର ଅଭିଯୋଗ ଆସିଛି. ଉପଖଣ୍ଡ ର ପାଟଣାଗଡ ବ୍ଲକ ରେ ବହୁତ ଗୁଡିଏ ସ୍କୁଲ ରେ ଏ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଚାଉଳ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେଇନାହିଁ ବୋଲି କିଛି ଶିକ୍ଷକ ତାଙ୍କ ନାମ ଗୋପନ ରଖି କହିଛନ୍ତି. ସେଇପରି ବେଲପଡା ବ୍ଲକ ରେ ମଧ୍ୟ ଆମେ ଖବର ନେଲୁ ଜେ ଆମର ହସ୍ତଗତ ହିସାବରେ 8/9ଟି ସ୍କୁଲ ରେ ଏ ପର୍ଯ୍ୟନ୍ତ ଚାଉଳ ପହଂଚିନାହିଁ. ଏ ବିଷୟରେ ଆମେ ବେଲପଡା ଏମ ଡି ଏମ ଦାୟିତ୍ୱ ରେ ଥିବା ଏ ବି ଓ ଙ୍କୁ ଆଜି ପର୍ଯ୍ୟନ୍ତ ତୋଫାନ ମେହେର ଟ୍ରାନ୍ସପୋର୍ଟ ଏଜେଣ୍ଟ ପାଇଲା ପରେ କେତେ ଚାଉଳ ଉଠିଛି ଓ କେତେ ସ୍କୁଲ କୁ ଦିଆ ହୋଇଛି ବୋଲି ପଚାରି ବୁଝିଥିଲୁ. କିନ୍ତୁ ଏ ବି ଓ ଆମକୁ ଶ୍ରୀ ମେହେର କିଛି ଡାଟା ଦେଇନଥିବା ପ୍ରକାଶ କରିଥିଲେ. ହେଲେ ସେ ୨ ଥର ଚାଉଳ ଉଠେଇଥିବା ପ୍ରକାଶ କରିଥିଲେ. ଏବଂ ଏ ବି ଓ ଉପରିସ୍ଥ ଅଧିକାରୀ କୁ ଏ ବିଷୟରେ ଜଣାଇଥିବା କହିଛନ୍ତି. ନିୟମ ଅନୁସାରେ ଦାୟିତ୍ୱ ରେ ଥିବା ଏ ବି ଓ ଚାଉଳ ଉଠେଇଲା ବେଳେ ସରକାରୀ ଗୋଦାମ ରେ ଉପସ୍ଥିତ ରହିବାକଥା ଓ କେଉଁ ସ୍କୁଲ କୁ ଯାଉଛି ଜାଣିବ କଥା ତା ସହ ଯେଉଁଦିନ ଚାଉଳ ଉଠିବ ସେଦିନ ହିଁ ସ୍କୁଲ ରେ ଚାଉଳ ପହଂଚିବା କଥା କିନ୍ତୁ କେମିତି ଏବି ଓ ପାଖରେ ଖବର ନାହିଁ ତଦନ୍ତ ସାପେକ୍ଷ. କିଛିଦିନ ଆଗରୁ ଖପ୍ରାଖୋଲ ବ୍ଲକ ର ଏମଡିଏମ ଚାଉଳ ପାଟଣାଗଡ କୁ ଆସୁଥିଲା ବେଳେ ପାଟଣାଗଡ ପୋଲିସ ହାତରେ ଧରା ପଡ଼ିଥିଲେ. ସ୍କୁଲ ଗୁଡିକ ସକାଳୁଆ ସେ ସମୟରେ ଖୋଲାଥିବା ବେଳେ ସନ୍ଧ୍ୟା ସମୟରେ କେମିତି ଚାଉଳ ଯାଉଥିଲା ତଦନ୍ତ ସାପେକ୍ଷ ଥିଲା କିନ୍ତୁ ପ୍ରଶାସନ କିଛି ଗୁରୁତ୍ୱ ଦେଲା ନାହିଁ. ଖପ୍ରାଖୋଲ ଏବିଓ ଙ୍କୁ ମଧ୍ୟ ଏମଡିଏମ ବିଷୟରେ ପଚାରିଲେ ସଠିକ ତଥ୍ୟ ଦେଇପାରୁନାହାନ୍ତି. ତେଣୁ ପାଟଣାଗଡ ଉପଖଣ୍ଡ ରେ ଏମଡିଏମ ଚାଉଳ ଯୋଗାଣ ର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ଅଛି ବୋଲି ଦାବି ହେଉଛି.

Leave A Reply

Your email address will not be published.