ବ୍ରହ୍ମପୁର- ଗୁରୁବାର ଦିନ ବଜରଙ୍ଗ ଦଳ, ଗଂଜାମ ଜିଲ୍ଲା ତରଫରୁ ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲା ପାଳଙ୍କ ଜରିଆରେ ଏକ ସ୍ମାରକୀ ପତ୍ର ଦିଆଯାଇଥିଲା I ବଜରଙ୍ଗ ଦଳ ଓଡ଼ିଶା, ସୁରକ୍ଷା ପ୍ରମୁଖ ଇଂ ରାଜୀବ ନେତ୍ର ଖାଡ଼ଙ୍ଗା, ଗଂଜାମ ଜିଲ୍ଲା ସହ ସଂଯୋଜକ ଶ୍ରୀକାନ୍ତ ଭାଇ, ଗଂଜାମ ଜିଲ୍ଲା ସୁରକ୍ଷା ପ୍ରମୁଖ ବଳରାମ ଭାଇ, ଛତ୍ରପୁର ପ୍ରଖଣ୍ଡ ସଂଯୋଜକ ରାମକୃଷ୍ଣ ଭାଇ, ସହ ସଂଯୋଜକ ତୁଷାର ଭାଇ ଏବଂ 60ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ Iବିଭିନ୍ନ ହିନ୍ଦୁ ବିରୋଧୀ ଦଙ୍ଗା, ହିନ୍ଦୁ ମାନଙ୍କୁ ହତ୍ୟା ଷଡଯନ୍ତ୍ର, ଲଭ ଜେହାଦ, ଲାଣ୍ଡ ଜେହାଦ, ଡ୍ରଗ ଜେହାଦ, ବୌଦ୍ଧିକ ଜେହାଦ ର କଳ୍ପନା କରି ହିନ୍ଦୁ ସମାଜର କ୍ଷତି କରାଇବା ଲାଗି କୁ ଚେଷ୍ଟା କରାଯାଉଛି I ନମାଜ ପରେ ହିନ୍ଦୁ ମାନଙ୍କ ଉପରେ ପଥର ଫୋପାଡିବା, ଭାରତୀୟ ସମ୍ବିଧାନ କୁ ଅମାନ୍ୟ କରିବା ଏପରି ବିଭିନ୍ନ ଘଟଣା ମାନ୍ୟବର ଗଂଜାମ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କୁ ଅବଗତ କରାଇ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଲାଗି ସ୍ମାରକ ପତ୍ର ପ୍ରଦାନ କରାଗଲା Iକିଛି ବର୍ଷ ହେବ ଭାରତରେ ଇସଲାମିକ୍ ଜେହାଦୀ କଟ୍ଟରପନ୍ଥୀ ମାନଙ୍କ କାର୍ଯ୍ୟ କଳାପ ବୃଦ୍ଧି ପାଇବାକୁ ଲାଗିଛି । ଯୋଜନା ପୂର୍ବକ ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଉଛି । ସମଗ୍ର ଦେଶରେ ବର୍ଷପ୍ରତିପଦା ଏବଂ ଭଗବାନ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରେ ପଥରବାଜି ସହ ଆକ୍ରମଣ କରାଗଲା । ଯେଉଁଥିପାଇଁ ଦେଶର ଅନେକ ସ୍ଥାନରେ କର୍ଫ୍ଯୁ ଲଗାଯିବା ସହ ଉତ୍ତେଜନା ଲାଗିରହିଛି । ହିନ୍ଦୁ ସମାଜର ଧୈର୍ଯ୍ଯ ଓ ସହନଶୀଳା କାରଣରୁ ପରିସ୍ଥିତି ଜଟିଳ ହୋଇନଥିଲା କିନ୍ତୁ ମାତ୍ରେ କେଇଦିନ ପରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ଶୋଭାଯାତ୍ରାରେ ମଧ୍ୟ ପଥରବାଜି ହୋଇଥିଲା । ହିନ୍ଦୁ ସମାଜ ନିଜ ଦେଶରେ ନିଜ ଧାର୍ମିକ ଶୋଭାଯାତ୍ରା ଆୟୋଜିତ କରିବା ସମ୍ଭବ ହେଉନାହିଁ । ହିଜାବ ବିବାଦ ସମୟରେ କର୍ଣ୍ଣାଟକରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ସେ ସମୟରେ ମଧ୍ୟ ହିନ୍ଦୁ ମାନଙ୍କ ଉପରେ ଅନେକ ସ୍ଥାନରେ ଆକ୍ରମଣ କରାଯାଇଥିଲା ।ଭାରତର ହିନ୍ଦୁ ସମାଜ ମହିମ ନିବେଦନ କରିଛନ୍ତି କି କି ଦାବି ଗୁଡିକ ଉପରେ ଶିଘ୍ର ନିର୍ଣ୍ଣୟ କରିବା ସହ ସରକାରଙ୍କୁ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ।