ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ହରିଶଙ୍କର ଶୈବପୀଠ ରେ ଝରଣା କୂଳରେ ମଦ ପିଇବା କୁ ନେଇ କମିଟି ସଭ୍ୟ ଓ କଣ୍ଟାବାଞ୍ଜି ର କିଛି ଯୁବକ ଙ୍କ ମଧ୍ୟରେ ମାଡ଼ ପିଟ ହୋଇଛି. ପ୍ରଥମେ କଣ୍ଟାବାଞ୍ଜି ର କିଛି ଯୁବକ ମଦ ପିଉ ଥିବାର ଦେଖି ମନ୍ଦିର କମିଟି ର ୨ ଜଣ ଯୁବକ ଜାଇ ମନାକଲେ ଏବଂ ପରେ ଉଭୟ ଗ୍ରୁପ ଭିତରେ ବଚସା ହେଲା ଆଉ ମାଡ଼ ପିଟ ହେଲା. ପୋଲିସ ଘଟଣା ସ୍ଥଳକୁ ପହଂଚି ଆୟତ୍ତ କରିଥିଲେ. ଖପ୍ରାଖୋଲ ଥାନାରେ ଉଭୟ ପକ୍ଷରୁ ୭ ଜଣ ଲେଖାଏଁ ଅଟକ ଥିଲେ. କିନ୍ତୁ ଗତ କାଲି ଉଭୟ ପକ୍ଷରୁ ୩ ଜଣ ଲେଖାଏଁ କୋଟ ଚାଲାଣ ହୋଇଛନ୍ତି. ଖପ୍ରାଖୋଲ ରୁ ପି ଏସ କେଶ ନମ୍ବର 77/2022ରେ ଦିନେଶ ପୁଝାରୀ, ମଣ୍ଟୁ ପ୍ରଧାନୀ ଓ ବିଶ୍ୱ ପ୍ରଧାନୀ ଓ କଣ୍ଟାବାଞ୍ଜି ରୁ ପି ଏସ କେଶ ନମ୍ବର 76/2022ରେ ଧୀରଜ ଗୁପ୍ତା, ଅଭିଷେକ ପୁରୋହିତ ଓ ବିନୟ ଜୟସୱାନୀ ଙ୍କୁ କୋଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ. ଅନ୍ୟଦିଗକୁ ଦେଖିଲେ କଣ୍ଟାବାଞ୍ଜି ର ବାକି 4ଜଣ କୁ କେଉଁ ଉଦ୍ଦେଶ୍ୟ ରେ ପୋଲିସ କୋଟ ଚାଲାଣ କଲା ନାହିଁ. କଣ ରହିଛି ରହସ୍ୟ ତାହା ତଦନ୍ତ ସାପେକ୍ଷ. ଏଇ 4ଜଣ ଭିତରୁ କିଛି ମାନ୍ୟଗଣ୍ୟ ବ୍ୟକ୍ତି ଥିବା ଚର୍ଚ୍ଚା ହେଉଛି.ଲୋକେ ଏଇ ଘଟଣା କୁ ନେଇ ନିନ୍ଦା କରୁଛନ୍ତି. ପୋଲିସ ର ଡିଉଟି ରେ ଅବହେଳା ପାଇଁ ଦାୟୀ କରୁଛନ୍ତି ସାଧାରଣ ଜନତା. ଏମିତି ହେଲେ ପର୍ଯ୍ୟଟକ ହରିଶଙ୍କର ଆସିବାକୁ ଭୟ କରିବେ. ସେଇ ଘଟଣା ସମୟରେ ମହିଳା ମାନେ ଘଟଣା ସ୍ଥଳରେ ଥିଲେ, ଏବଂ ଭୟଭୀତ ହୋଇ ଦୌଡ଼ି ପଳାଇଥିବା ଚର୍ଚ୍ଚା ହେଉଛି. ଏଇ ସମସ୍ତ ଘଟଣା ର ଏକ ଭିଡିଓ ଭାଇରଲ ହେଉଛି.